Odiaବେଙ୍ଗାଲୁରୁ କାଫେ ବିସ୍ଫୋରଣ: ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କଲା ଏନ୍ଆଇଏ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ପୁରସ୍କାର ଘୋଷଣା କରିଛି ଏନ୍ଆଇଏ । ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛି ଏନ୍ଆଇଏ । ଗତ ଶୁକ୍ରବାର ଅପରାହ୍ନରେ ରମେଶ୍ୱରମ୍ କାଫେରେ କମ୍ ତୀବ୍ରତାର ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ। NIA announces cash reward of 10 lakh rupees for [...]
Odiaଲୋକସଭା ନିର୍ବାଚନ ପୂର୍ବରୁ କମଲନାଥଙ୍କ ଗଡ଼ରେ କଂଗ୍ରେସକୁ ଝଟକା, ୭ କର୍ପୋରେଟର ବିଜେପିରେ ମିଶିଲେ
ଭୋପାଳ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା କମଲ ନାଥଙ୍କ ଗଡ଼ ଛିନ୍ଦଓ୍ବାଡାରେ ଦଳକୁ ଝଟକା ଲାଗିଛି । ଛିଣ୍ଡୱାଡା ମହାନଗର ନିଗମର ୭ ଜଣ କର୍ପୋରେଟର କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ଏହି ସବୁ କର୍ପୋରେଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇଛନ୍ତି। ଛିନ୍ଦଓ୍ବାଡା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଗଡ଼ ରୂପେ ବିବେଚିତ। ସେ ଏହି ବିଧାନସଭା ଆସନରୁ ବିଧାୟକ ଅଛନ୍ତି। [...]
Odiaସନ୍ଦେଶଖାଲି ମାମଲା: ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୁଣି ହାଇକୋର୍ଟଙ୍କ ନିର୍ଦ୍ଦେଶ
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ କଲିକତା ହାଇକୋର୍ଟ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ପୁଣି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ କଲିକତା ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ [...]
Odiaମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ବଲ୍ ପକାଇଲେ ଶବନୀମ୍ ଇସମାଇଲ୍
ନୂଆଦିଲ୍ଲୀ: ମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ବଲ୍ ପକାଇବାରେ ବିଶ୍ବ ରେକର୍ଡ କରିଛନ୍ତିି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଶବନୀମ୍ ଇସମାଇଲ । ଚଳିତ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଶବନୀମ୍ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଘଣ୍ଟା ପ୍ରତି ୧୩୨.୧ (୮୦.୦୮ ମାଇଲ୍) କିଲୋମିଟର ବେଗରେ ବଲ୍ ପକାଇଥିଲେ । ଶବନୀମଙ୍କ ଏହା ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍ ଥିଲା । ଏହା ମହିଳା କ୍ରିକେଟ୍ ଇତିହାସରେ ସବୁଠୁ [...]
Odiaଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ
ବ୍ରହ୍ମପୁର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରମୋଦ କୁମାର ବେହେରା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଜଣେ ଲୋକଙ୍କ ଜମି ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କୁ [...]
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ‘ନବୀନ କାର୍ଡ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା

Odiaବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ‘ନବୀନ କାର୍ଡ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସକେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ’ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଢେ [...]
Odiaଆଜି ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର – ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ମତଦାନ ତାରିଖ ଘୋଷଣା ହେବାକୁ ଥିବା ବେଳେ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଆଜି ଅପରାହ୍ନରେ ଶାସକ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ବସିବ । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ବୈଠକର ଏଜେଣ୍ଡା ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ଆସନ୍ତା ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଆଲୋଚନା ହୋଇପାରେ [...]
Odiaଆମେଥିରେ ପୁଣି ମୁହାଁମୁହିଁ ହେବେ ରାହୁଲ-ଇରାନୀ !
ଆମେଥି (ୟୁପି): ଉତ୍ତର ପ୍ରଦେଶ ଆମେଥିରେ ପୁଣି ହେଭିଓ୍ବେଟ୍ ଲଢ଼େଇ ଦେଖିବାକୁ ମିଳିବ । ଏଠାରେ ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପୁଣି ମୁହାଁମୁହିଁ ହେବେ । ଏଥର ମଧ୍ୟ ଇରାନୀ ଏଠାରେ ଲଢ଼ିବେ ବୋଲି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ତରଫରୁ ତାଙ୍କୁ ପୁଣି ଟକ୍କର ଦେବେ ରାହୁଲ ଗାନ୍ଧୀ। ରାହୁଲ ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆମେଥି ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ [...]
Odiaସନ୍ଦେଶଖାଲି ମାମଲା: ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସନ୍ଦେଶଖାଲି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଗତକାଲି କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରି ମମତା ସରକାର ସୁପ୍ରିମକୋର୍ଟ ଯାଇଥିଲେ । ରାଜ୍ୟ ସରକାର ନିଜ ଆବେଦନରେ [...]
Odiaଆଜି ପୁଣି ଆରମ୍ଭ ହେବ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ
ନୂଆଦିଲ୍ଲୀ: କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ)ର ଆହ୍ବାନରେ ଦେଶର ଅନେକ କୃଷକ ସଂଗଠନ ବୁଧବାର (ମାର୍ଚ୍ଚ ୬) ଠାରୁ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ଏହାର କର୍ମଚାରୀ ମାନଙ୍କୁ ଜାତୀୟ ରାଜଧାନୀର ଟିକରୀ, ସୀଙ୍ଘୁ, ଗାଜୀପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନ ତଥା ବସଷ୍ଟାଣ୍ଡ ଭଳି ସ୍ଥାନରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। କୃଷକ [...]
