Odiaକଲିକତା ହାଇକୋର୍ଟ ଜଜ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଇସ୍ତଫା, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା
କୋଲକାତା: କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫାର ଏକ କପି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଶିବଜ୍ଞାନମଙ୍କ ନିକଟକୁ ବି ପଠାଯାଇଛି। ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମଙ୍ଗଳବାର ସକାଳେ ହାଇକୋର୍ଟର ତାଙ୍କ ଚାମ୍ବରରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଥିଲେ [...]
Odiaମାଓବାଦୀ ଲିଙ୍କ୍ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସାଇବାବା ଦୋଷମୁକ୍ତ
ନାଗପୁର: ମାଓବାଦୀ ଲିଙ୍କ୍ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ଶାଖା ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ଦୋଷମୁକ୍ତ କରିଛନ୍ତିି । ତାଙ୍କ ଆଜୀବନ କାରାଦଣ୍ଡକୁ ମଧ୍ୟ ରଦ୍ଦ କରିଛନ୍ତି କୋର୍ଟ । ଜଷ୍ଟିସ୍ ବିନୟ ଯୋଶୀ ଏବଂ ଜଷ୍ଟିସ୍ ବାଲ୍ମୀକି ଏସ୍ ମେଞ୍ଜେସଙ୍କ ଖଣ୍ଡପୀଠଛ ଏହି ମାମଲାରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛି। ବାଦୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରିବାରେ ବିଫଳ ହୋଇଛି ବୋଲି ହାଇକୋର୍ଟ [...]
Odiaବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଫରେଷ୍ଟ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗବୀରଙ୍କ ଆଜି ୧୦୮ ତମ ଜନ୍ମବାର୍ଷିକୀ ଧୁମଧାମରେ ପାଳନ କରାଯାଉଛି। ଶାସକ ବିଜୁ ଜନତା ଦଳ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
Odiaବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର -ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ଵ ଓ ତାଙ୍କର ଅବଦମିତ ଭାବନା ପୀଢ଼ି ପୀଢ଼ି ଧରି ପ୍ରେରଣା ଯୋଗାଉଛି । ରାଷ୍ଟ୍ର ନିର୍ମାଣ ଓ ବିକାଶରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅନୁକରଣୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବିଶେଷ ଦିନରେ ସେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ବୋଲି ସୋସିଆଲ ମିଡିଆ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
Odiaଇସ୍ରାଏଲରେ ମିସାଇଲ୍ ମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ
ଜେରୁଜେଲମ୍: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟସ୍ଥ ଏକ ବଗିଚାରେ ଲେବାନନ ପଟୁ ହୋଇଥିବା ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହି ତିନିଜଣ ବ୍ୟକ୍ତି ଦକ୍ଷିଣ କେରଳର ବାସିନ୍ଦା ବୋଲି ଜଣାପଡିଛି । ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ମାଗେନ ଡେଭିଡ ଆଡମ (ଏମଡିଏ)ର ମୁଖପାତ୍ର ଜାକି ହେଲର କହିଛନ୍ତି, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (କୃଷକ [...]
Odiaନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଜୁନ୍ ୩୦ ଯାଏ ସମୟ ମାଗିଲା ଷ୍ଟେଟ୍ ବ୍ୟାଙ୍କ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛି। ଗତ ମାସରେ ସୁପ୍ରିମକୋର୍ଟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟରେ ଦାୟର ଏକ ଆବେଦନରେ ଏସବିଆଇ ଏଥିପାଇଁ ଅଧିକ ସମୟ ଦେବାକୁ ଅନୁରୋଧ କରିଛି । ଏସବିଆଇ ଯୁକ୍ତି ଦର୍ଶାଇଛି ଯେ “ପ୍ରତ୍ୟେକ ସିଲୋ” ରୁ ତଥ୍ୟ [...]
Odiaବିକାଶକୁ ବଳିଷ୍ଠ କରିବା ପାଇଁ ବିଜୁବାବୁଙ୍କର ନକ୍ସା ଆଜି ବି ବାଟ ଦେଖାଉଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ହେଉଛି ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଉପଲକ୍ଷେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ବିଜୁ ପଟ୍ଟନାୟକ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା [...]
Odiaଆଜିଠୁ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ପାସେଞ୍ଜର ଟ୍ରେନ
ଭୁବନେଶ୍ୱର – ଆଜିଠୁ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ପାସେଞ୍ଜର ଟ୍ରେନ। ହରିଦାସପୁର- ପାରାଦ୍ୱୀପ -ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ଆଜି ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାସେଞ୍ଜର ଟ୍ରେନକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ । ଦିନକ ତଳେ ଏହି ରୁଟରେ ହୋଇଥିଲା ଟ୍ରାଏଲ୍ ରନ୍। ରବିବାର ଦିନ ରେଲୱେ ସେଫଟି କମିଶନ୍ ର ଏକ ବିଶେଷଜ୍ଞ ଟିମ କେନ୍ଦ୍ରାପଡ଼ା ଯାଇ ରେଳଲାଇନ୍ ଯାଞ୍ଚ କରିବା ସହ ପରୀକ୍ଷାମୂଳକ ଭାବେ [...]
Odiaମନେପଡନ୍ତି ବିଜୁବାବୁ : ପ୍ରବାଦ ପୁରୁଷଙ୍କ ୧୦୮ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ସହ ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର- ସ୍ୱାଧୀନତା ସଂଗ୍ରାମୀ , ନିର୍ଭୀକ ପାଇଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରବାଦୀ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୮ତମ ଜୟନ୍ତୀ । କୃତଜ୍ଞ ରାଜ୍ୟ ନବ ଉତ୍କଳର ଏହି ଅଗ୍ରଗଣ୍ୟ ବିନ୍ଧାଣୀଙ୍କୁ ଆଜି ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ବିଜୁ ଜୟନ୍ତୀ ଉପଲକ୍ଷେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଆୟୋଜିତ ହେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ବେଶ୍ [...]
Odiaଆଜିଠୁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ’ ପାଇଁ ପଞ୍ଜୀକରଣ
ଭୁବନେଶ୍ବର – ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷିତ ‘ନବୀନ ଓଡ଼ିଶା ମ୍ଯାଜିକ କାର୍ଡ’ ପାଇଁ ଆଜିଠୁ ଆରମ୍ଭ ହେବ ନାମ ପଞ୍ଜୀକରଣ । ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ବିଭିନ୍ନ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ। ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ [...]
