Odiaଆଜି ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ : ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ୟକ୍ରମ, ୧୯ ହଜାର ୬ଶହ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଭୁବନେଶ୍ଵର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଏକ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ଆଜି ଅପରାହ୍ନ ୨ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ [...]
ଦକ୍ଷିଣ ଓଡ଼ିଶାରେ ସଡ଼କ ଯାତ୍ରା ହେବ ସୁଗମ : ୭୦୦୦ କୋଟିରେ ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ୍ ୱେ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ସଡ଼କ ଗମନାଗମନ ପୂର୍ବାପେକ୍ଷା ଅଧିକ ସୁବିଧାଜନକ ହେବ। ରାଜ୍ୟର ଦକ୍ଷିଣାଞ୍ଚଳର ଦୁଇ ପ୍ରମୁଖ ସହର ବ୍ରହ୍ମପୁର ଓ ଜୟପୁର ମଧ୍ୟରେ ଯାତାୟାତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ପ୍ରାୟ ୭ ହଜାର କୋଟି ଟଙ୍କାରେ ୩୦୫ କିମି ରାସ୍ତାକୁ ୪ ଥାକିଆ ସମ୍ପ୍ରସାରିତ ତଥା ବିକଶିତ କରାଯିବ। ସମୟ ହ୍ରାସ ସହ ଏହି ଏକ୍ସପ୍ରେସ୍ ୱେ ସାଜିବ ଦକ୍ଷିଣ ଓଡ଼ିଶାର ନୂଆ ଅର୍ଥନୈତିକ କରିଡର୍। କେବଳ ଏତିକି [...]
Odiaପଓ୍ବନ ସିଂହଙ୍କ ପରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତ ଓହରିଲେ, ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଲୋକସଭା ନିର୍ବାଚନ ଲଢ଼ିବାକୁ ମନାକଲେ
ଲକ୍ଷ୍ନୌ: ପଓ୍ବନ ସିଂହଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।ଉତ୍ତର ପ୍ରଦେଶର ବାରାବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବାରବାଙ୍କିରୁ ସମ୍ପ୍ରତି ସାଂସଦ ଅଛନ୍ତି ଉପେନ୍ଦ୍ର ରାୱତ । ବାରବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତଙ୍କ ଏକ ଭିଡ଼ିଓ ଗତ ଦୁଇଦିନ [...]
Odiaଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା
ଭୁବନେଶ୍ୱର – ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ରାଜ୍ୟ ସରକାରଙ୍କ କଟକଣା । ରାଜ୍ୟର ଅଭୟାରଣ୍ୟ , ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର କରିପାରିବେ ନାହିଁ। ଏ ନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି। ଏପ୍ରିଲ୍ ପହିଲାରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଲାଗିବ ।
Odiaସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: “ସନାତନ ଧର୍ମର ମୂଳପୋଛ” ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ସୋମବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାଷଣ ଏବଂ ବାକ୍ ସ୍ୱାଧୀନତାର ଅଧିକାରର ଅପବ୍ୟବହାର କରିବା ପରେ ସେ କୋର୍ଟଙ୍କ ପାଖକୁ ଏକ ଆବେଦନ ସହିତ କାହିଁକି ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଷ୍ଟାଲିନଙ୍କୁ କହିଛନ୍ତି, ସେ ଜଣେ ମନ୍ତ୍ରୀ । ମନ୍ତବ୍ୟ ଦେବା [...]
Odiaରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର- ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା [...]
Odiaଜେଏମ୍ଏମ୍ ଲାଞ୍ଚ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ
ନୂଆଦିଲ୍ଲୀ: ସଂସଦ କିମ୍ବା ବିଧାନସଭାରେ ଭାଷଣ ଓ ଭୋଟ୍ ଦେବା ପାଇଁ ଲାଞ୍ଚ ନେଲେ ସାଂସଦ ଏବଂ ବିଧାୟକମାନଙ୍କୁ ଆଉ ଆଇନଗତ ସୁରକ୍ଷା ମିଳିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତିି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ରାଜନୀତିରେ ସ୍ୱଚ୍ଛତା ନିଶ୍ଚିତ କରିବ ଏବଂ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ଆହୁରି ବଢ଼ିବ ବୋଲି କହିଛନ୍ତି ମୋଦୀ । ପ୍ରଧାନ [...]
Odiaକମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ କ୍ୟାପଟେନ୍
ହାଇଦ୍ରାବାଦ: ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ। ସୋମବାର ଫ୍ରାଞ୍ଚାଇଜ୍ ଏହି ଘୋଷଣା କରିଛି। ୨୦୨୩ ସିଜନରେ ଦଳର ନେତୃତ୍ୱ ନେଇଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏଡେନ ମାର୍କ୍ରାମଙ୍କ ସ୍ଥାନ ନେବେ କମିନ୍ସ। ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଆଇପିଏଲ୍ ନିଲାମରେ ସନରାଇଜର୍ସ ଏହି ୩୦ ବର୍ଷୀୟ ଦ୍ରୁତ ବୋଲରଙ୍କୁ ୨୦.୫୦ କୋଟିରେ କିଣିଥିଲା । ଆଇପିଏଲ ନିଲାମରେ ସର୍ବାଧିକ ମୂଲ୍ୟରେ [...]
Odiaବାରବାଟୀ- କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
କଟକ – ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଚାଲିଥିବା ମାମଲାରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ ଯେ, ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିଲେ । ଏହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ମହମ୍ମଦ ମୋକିମ ସତ୍ୟପାଠରେ [...]
Odiaଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଅମିନ
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଲାଞ୍ଚୁଆ ଅମିନ । ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ଅମିନ ସଦାନନ୍ଦ ସାହୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସଂପୃକ୍ତ ବ୍ୟକ୍ତି ଏ ନେଇ ଅମିନଙ୍କ ବିରୋଧରେ ଅଭିଯୋଗ କଲା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍। ପୂର୍ବ ଯୋଜନା ମୁତାବକ [...]
