ଲାଞ୍ଚ ନେଇ ଗୃହରେ ଭୋଟ୍ ଦେଲେ ଜନ ପ୍ରତିନିଧିଙ୍କ ବିରୋଧରେ ଚାଲିବ ମକଦ୍ଦମା, ୧୯୯୮ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

Odiaଲାଞ୍ଚ ନେଇ ଗୃହରେ ଭୋଟ୍ ଦେଲେ ଜନ ପ୍ରତିନିଧିଙ୍କ ବିରୋଧରେ ଚାଲିବ ମକଦ୍ଦମା, ୧୯୯୮ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦ ଓ ବିଧାନସଭାରେ ଭୋଟ୍ ଦେଲେ ଅବା ପ୍ରଶ୍ନ ପଚାରିଲେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଛାଡ଼ ମିଳିବନି। ଏଭଳି ମାମଲାରେ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିବ। ସୋମବାର ସୁପ୍ରିମକୋର୍ଟର ୭ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟ ୨୬ ବର୍ଷ ତଳର ନିଜ ରାୟକୁ ରଦ୍ଦ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ବୋପାନ୍ନା, [...]
Odiaସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ଵର- ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵର ସ୍ଥିତ ଧର୍ମବିହାର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ଯୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ ଚେତାବନୀ ଦେଇଥିଲେ। ଫଳରେ [...]
Odiaବେଙ୍ଗାଲୁରୁ କାଫେ ବିସ୍ଫୋରଣର ତଦନ୍ତ ଏନ୍ଆଇଏକୁ ହସ୍ତାନ୍ତର
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଲୋକପ୍ରିୟ ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ପୂର୍ବ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ରମେଶ୍ୱରାମ କାଫେରେ ମାର୍ଚ୍ଚ ୨ରେ ବିସ୍ଫୋରଣ ଘଟି ଅତି କମରେ ୯ ଜଣ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଛି। ସିସିଟିଭି କ୍ୟାମେରାରେ କଏଦ ଟୋପି, ମାସ୍କ ଏବଂ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଘଟଣାର ମୁଖ୍ୟ ସନ୍ଦିଗ୍ଧ । [...]
Odiaଇଡିରେ ହାଜର ହେବେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଠାଇଥିବା ଅଷ୍ଟମ ସମନର ଜବାବ ଦେଇଛନ୍ତି । ସେ ମାର୍ଚ୍ଚ ୧୨ ପରେ ଭିଡିଓ କନଫରେନ୍ସ ଜରିଆରେ ଇଡିରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ । ଇଡି ପୂର୍ବରୁ କେଜ୍ରିୱାଲଙ୍କୁ ୭ ଥର ସମନ ଜାରି କରିଥିଲେ ମଧ୍ୟ ସେ ଏହାକୁ ବେଆଇନ ବୋଲି କହି ହାଜର ହୋଇନଥିଲେ । ସେ କହିଥିଲେ ଇଡି ସମନ ଜାରି [...]
Odiaଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଉପରମୁହାଁ ପାରଦ
ଭୁବନେଶ୍ୱର – ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଉପର ମୁହାଁ ରହିଛି । ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଆଦି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡିଶାର ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ମଧ୍ୟ ତାତି [...]
Odiaଆଜି ମାଟ୍ରିକ ପରୀକ୍ଷା ଶେଷ, ଆସନ୍ତା ୧୫ରୁ ଖାତା ଦେଖା
ଭୁବନେଶ୍ୱର – ଆଜି ସରୁଛି ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ଯ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ [...]
Odiaଭୌମବଂଶୀ ରାଜାଙ୍କ ରାଜତ୍ୱ କାଳରେ ନିର୍ମିତ ଶୈବପୀଠ ଚମ୍ପାନାଥ ମନ୍ଦିର
ଅଭିବକ୍ତ କଟକ ଜିଲ୍ଲାର ,ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଗଡଜାତର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପିଠ ଚମ୍ପେଶ୍ୱରର ଚମ୍ପାନାଥ ଅନ୍ୟତମଏହି ଶୈବପିଠର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟ ଯେତିକି ମନମୁଗ୍ଧକର ଅଧିକ ଚର୍ଚ୍ଚିତ ମନ୍ଦିର ବେଢାରେ ନିକଟସ୍ଥ ପୋଖରୀରେ ଥିବା ଛୋଟବଡ ଶହ ଶହ କଇଁଛଙ୍କ ଜଳ କ୍ରୀଡ଼ାମନ୍ଦିର ପ୍ରବେଶ ପୁର୍ବରୁ ପାଦ ପ୍ରକ୍ଷାଳନ ସମୟରେ ସତେ ଯେମିତି ସ୍ୱାଗତ କରିବା ପାଇଁ ନିକଟକୁ ଆସିଥାନ୍ତି । କିମ୍ବଦନ୍ତୀ ପୁର୍ବେ ଏକ ଚମ୍ପା ଗଛ ମୁଳେ ପ୍ରଭୁ ଆବିର୍ଭୁତ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ନିଜର ଶ୍ରଦ୍ଧା ସମ୍ବନ୍ଧରେ କହିଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
Odiaତପ୍ତପାଣି ଘାଟି ଓ ମାର୍ଲବା ଘାଟିରେ ପୃଥକ୍ ବସ୍ ଦୁର୍ଘଟଣା: ୫୦ରୁ ଅଧିକ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଓ ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ରବିବାର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବର ଯାତ୍ରୀ ଓ କନ୍ୟା ଯାତ୍ରୀ ବୋଲି ଜଣାଯାଇଛି। ରବିବାର ଅପରାହ୍ନରେ ଉଭୟ ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ [...]
