Odiaନିର୍ମାଣ ଶ୍ରମିକମାନଙ୍କ ପେନସନରେ ବୃଦ୍ଧି, ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ପାଇବେ ୧୦୦୦ ଟଙ୍କା
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ ଯୋଜନାରେ ଉପକୃତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ [...]
Odiaଟିକେଟ୍ କଟିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ରାଜନୀତିରୁ ଦଳୀୟ ନେତାଙ୍କ ଅବସର ଧାରା ବି ଜାରି ରହିଛି । ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଦୁଇ ସାଂସଦ ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଥିଲେ । ଦିନକ ପରେ ରବିବାର ଦିଲ୍ଲୀ ଚାନ୍ଦିନୀଚୌକର ବିଜେପି ସାଂସଦ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ [...]
Odiaଦ୍ୱିତୀୟ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ
ଇସଲାମାବାଦ: ନିର୍ବାଚନର ତିନି ସପ୍ତାହ ପରେ ପାକିସ୍ତାନରେ ଗଠନ ହେବାକୁ ଯାଉଛି ନୂଆ ସରକାର । ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ର ବରିଷ୍ଠ ନେତା ଶେହବାଜ ସରିଫ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ନବ ନିର୍ବାଚିତ ସଂସଦରେ ସରିଫ୍ ସହଜରେ ବହୁମତ ହାସଲ କରିଛନ୍ତିି । ସେ ପିଏମ୍ଏଲ୍-ଏନ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମେଣ୍ଟ ସରକାରର ନେତୃତ୍ୱ ନେବେ। ଶେହବାଜ ୩୩୬ ସଦସ୍ୟ ବିଶିଷ୍ଟ ସଂସଦରେ ୨୦୧ ଭୋଟ୍ ପାଇ [...]
Odiaଆସାନସୋଲ ଲୋକସଭା ଆସନରୁ ଓହରିଲେ ବିଜେପି ପ୍ରାର୍ଥୀ ପୱନ ସିଂହ, ପ୍ରାର୍ଥୀତ୍ବକୁ ନେଇ ଉଠିଥିଲା ବିବାଦ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଗାୟକ ଓ ଅଭିନେତା ପୱନ ସିଂହ ରବିବାର ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ବିଜେପି ଦିନକ ତଳେ ଏହି ଆସନରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ସମ୍ପ୍ରତି ତୃଣମୂଳ କଂଗ୍ରେସ ନେତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲର ସାଂସଦ ଅଛନ୍ତି। ପୱନ ସିଂହ ଆଜି ଅଚାନକ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ‘ଏକ୍ସ’ରେ ଘୋଷଣା କରିଛନ୍ତି । ତାଙ୍କୁ ପ୍ରାର୍ଥୀ ଘୋଷଣା [...]
Odiaଗୋଟିଏ ପରିବାରର ତିନି ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ ଚାଞ୍ଚଲ୍ୟକର ଘଟଣା। ଗାଁର ଗୋଟିଏ ଘରୁ ଏକ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାପା, ମା, ଓ ପୁଅଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ଆତ୍ମହତ୍ୟା ନା ସୁନିୟୋଜିତ ହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାପା ମା’ ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର କରାଯାଇଛି । [...]
Odiaଓ୍ବେଲିଂଟନ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଭାରତକୁ ଫାଇଦା, ଡବ୍ଲୁଟିସି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଦୁବାଇ: ୱେଲିଂଟନ ଟେଷ୍ଟରେ ଅଷ୍ଟ୍ରେଲିଆ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୧୭୨ ରନର ବଡ଼ ବ୍ୟବଧାନରେ ହରାଇ ଦେଇଛି । ୩୬୯ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନରେ ମାତ୍ର ୧୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆର ଏହି ବୃହତ ବିଜୟରେ ସ୍ପିନର ନାଥାନ ଲିୟନ ହିରୋ ସାଜିଛନ୍ତି। ଏହି ଭେଟେରାନ ସ୍ପିନର ଦ୍ବିତୀୟ ଇନିଂସରେ ୬ଟି ୱିକେଟ୍ ସହ ମ୍ୟାଚରେ ମୋଟ ୧୦ ଓ୍ବିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆର ଏହି ବିଜୟ ପରେ [...]
Odiaବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: ୩୩ ସାଂସଦଙ୍କ ଟିକେଟ୍ କଟିଲା
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ବିଜେପି ପ୍ରଥମ ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୩୩ ସାଂସଦଙ୍କ ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ପଶ୍ଚିମ ଦିଲ୍ଲୀରୁ ସାଂସଦ ଥିବା ପ୍ରବେଶ ବର୍ମାଙ୍କ ଟିକେଟ୍ କଟିଛି । ତାଙ୍କ ସ୍ଥାନରେ କମଲଜିତ ସେରାୱତଙ୍କୁ ପ୍ରାର୍ଥୀ [...]
Odiaକିଛି ଜିଲ୍ଲାରେ ପାଗରେ ସାମାନ୍ୟ ପରିବର୍ତ୍ତନ ସମ୍ଭାବନା, ଆଜି ଓ କାଲି ହାଲୁକା ବର୍ଷା ପୂର୍ବାନୁମାନ
ଭୁବନେଶ୍ୱର – ଆଜି ଓ ଆସନ୍ତାକାଲି ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବରଗଡ, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲରେ ଗୋଟିଏରୁ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ଆସନ୍ତାକାଲି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ବାକି ଜିଲ୍ଲାରେ [...]
Odiaଗୋକର୍ଣ୍ଣେଶ୍ୱର ଦେଉଳ
ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ । ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ, ଏହାର ଶିଖର ଦେଶରୁ ଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ । ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ ଭକ୍ତମାନେ ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିଥାନ୍ତି । କିମ୍ବଦନ୍ତୀ ମହେନ୍ଦ୍ରଗିରିର ଶିଖର [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ କାମ କଲା କଛୁ ମୁନିହି ନ ବ୍ୟାପୀ । ନିଜ ଭୟଁ ଡରେଉ ମନୋଭବ ପାପୀ ॥ ସୀମ କି ଚାଁପି ସକଇ କୋଉ ତାସୁ । ବଡ ରଖବାର ରମାପତି ଜାସୁ ॥ ଭାବାର୍ଥ :- କିନ୍ତୁ, କାମଦେବଙ୍କର କୌଣସି କଳା କୌଶଳ ନାରଦ ମୁନିଙ୍କ ଉପରେ ପ୍ରଭାବ ପକାଇ ପରିଲା ନାହିଁ । ତେବେ ପାପୀ କାମଦେବ ନିଜର କ୍ଷତିହେବା ଭୟରେ ଡରିଗଲେ । ଲକ୍ଷ୍ମୀପତି ଭଗବାନ ବିଷ୍ଣୁ [...]
