Odiaଅମ୍ବାନୀଙ୍କ ପୁଅ ବାହାଘର ପାଇଁ ଜାମନଗର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦେଲେ ସରକାର
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ ସେରିମନି ପାଇଁ ଗୁଜରାଟର ଜାମନଗର ସ୍ଥିତ ଡିଫେନ୍ସ ବିମାନବନ୍ଦରକୁ ୧୦ ଦିନ ପାଇଁ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଅମ୍ବାନୀଙ୍କ ପୁଅ ବାହାଘର ପାଇଁ ଜାମନଗରରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ, ରିହାନା, ଇଭାଙ୍କା ଟ୍ରମ୍ପ ଭଳି ଦେଶ ବିଦେଶରୁ ବହୁ ବିଶିଷ୍ଟ ଅତିଥିଙ୍କ ଆଗମନ ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜାମନଗରରେ ଫେବୃଆରୀ ୨୫ [...]
Odiaଜନଜାତି ବହୁଳ ଜିଲ୍ଲାମାନଙ୍କରେ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କାକୁ ବୃଦ୍ଧି ,ଯୋଗ୍ୟତା ଭିତ୍ତିରେ ନିୟମିତ କରାଯିବ
ଭୁବନେଶ୍ୱର – ରାଜ୍ୟର ଜନଜାତି ବହୁଳ ଜିଲ୍ଲାମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଅଛି। ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ସେମାନଙ୍କ ଦାବିକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁଭାଷୀ ଶିକ୍ଷା [...]
Odiaଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରିଥିଲେ। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା। ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ [...]
Odia୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର
ଭୁବନେଶ୍ବର – ଆଜି ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲର ଉଦ୍ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି। ଉଦ୍ଘାଟିତ ହୋଇଥିବା ଟିଚିଂ ହସ୍ପିଟାଲ ଗୁଡିକ ହେଲା- ବଲାଙ୍ଗିରରେ ୬୫୦ ଶଯ୍ୟା ବିଶିଷ୍ଟ [...]
Odiaମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି, ଶିକ୍ଷୟିତ୍ରୀଙ୍କୁ ମିଳିବ ମାତୃତ୍ବ ଛୁଟି
ଭୁବନେଶ୍ୱର – ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ [...]
Odiaବେଙ୍ଗାଲୁରୁ କାଫେ ବିସ୍ଫୋରଣ: ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ, ଇଡଲି ଅର୍ଡର କରିବା ପରେ ବୋମା ଭର୍ତ୍ତି ବ୍ୟାଗ୍ ରଖି ପଳାଇଥିଲା
ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଅଭିଯୁକ୍ତ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଛି। ରାମେଶ୍ବରମ କାଫେରେ ବୋମା ରଖି ଫେରିବା ସମୟର ଏହି ଫୁଟେଜରେ ଅଭିଯୁକ୍ତ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଅଭିଯୁକ୍ତ କଳା ମାସ୍କ ପିନ୍ଧି ଥିବାରୁ ତା’ର ପୂରା ଚେହେରା ସ୍ପଷ୍ଟ ଭାବରେ ଦିଶୁନାହିଁ । ସେ ଏକ ଧଳା ରଙ୍ଗର ଟୋପି, କଳା ପ୍ୟାଣ୍ଟ୍ ଓ ହାଲକା ନୀଳରଙ୍ଗର ଫୁଲ୍ ସାର୍ଟ ପିନ୍ଧିଛି । ସେ [...]
Odiaରାଜନୀତି ଛାଡ଼ିବେ ଗୌତମ ଗମ୍ଭୀର ! ବିଜେପି ଅଧ୍ୟକ୍ଷଙ୍କୁ କଲେ ଏହି ଅନୁରୋଧ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ସେ ଶନିବାର ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି ଗମ୍ଭୀର । ସେ ଏହି ଟ୍ବିଟରେ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତିି । ରାଜନୀତିରୁ ଦୂରେଇ ରହିବା କାରଣ ମଧ୍ୟ କହିଛନ୍ତି ଗମ୍ଭୀର। ସେ [...]
Odiaଲୋକସଭା ନିର୍ବାଚନ ଲଢ଼ିବା ଖବରକୁ ଯୁବରାଜ ସିଂହଙ୍କ ଖଣ୍ଡନ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବିଜେପି ଟିକେଟରେ ପଞ୍ଜାବର ଗୁରୁଦାସପୁର ଆସନରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ଯୁବରାଜ। ନିର୍ବାଚନ ଲଢ଼ିବା ଖବରକୁ ଯୁବରାଜ ଅସ୍ବୀକାର କରିଛନ୍ତି । ଯୁବରାଜ ‘ଏକ୍ସ’ରେ କହିଛନ୍ତି, ଗଣମାଧ୍ୟମରେ ମୋର ନିର୍ବାଚନ ଲଢ଼ିବା ସମ୍ପର୍କିତ ଖବର ରହିଛି। କିନ୍ତୁ ମୁଁ ଗୁରୁଦାସପୁରରୁ ନିର୍ବାଚନ ଲଢ଼ୁନାହିଁ। ମୁଁ ବିଭିନ୍ନ ସ୍ତରର ଲୋକଙ୍କୁ ସମର୍ଥନ ଏବଂ ସାହାଯ୍ୟ [...]
Odiaପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ପୁଣି ଆକ୍ସନ, ମନି ଲଣ୍ଡରିଂ ଅଭିଯୋଗରେ ୫.୪୯ କୋଟି ଜୋରିମାନା
ନୂଆଦିଲ୍ଲୀ: ନିୟମ ଉଲ୍ଲଘଂନ ପାଇଁ ଆରବିଆଇ କଟକଣା ପରେ ଏବେ ମନି ଲଣ୍ଡରିଂ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୫.୪୯ କୋଟି ଜୋରିମାନା ଲଗାଇଛି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ସଂସ୍ଥା ଗୁଡ଼ିକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ନିଜ ଆକାଉଣ୍ଟ ଜରିଆରେ କଳାଟଙ୍କାକୁ ଧଳା କରୁଥିଲେ । ଅର୍ଥ ମନ୍ତ୍ରଣାଳୟ କହିଛି, ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ [...]
Odiaଖଡ଼ଗେ ଓ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଗଡ଼କରୀ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଉଭୟ କଂଗ୍ରେସ ନେତା ତାଙ୍କ ବିଷୟରେ ବିଭ୍ରାନ୍ତିକର ତଥା ବଦନାମ କଲାଭଳି ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଗଡକରୀ। ଏଥିସହ ଏହି ବିଜେପି ନେତା ଖଡ଼ଗେ ଓ ରମେଶଙ୍କ ଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଗଡକରୀଙ୍କ ଓକିଲ ବାଲେନ୍ଦୁ ଶେଖର [...]
