Odiaମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ , ଶ୍ରୀମନ୍ଦିର ଉନ୍ନତିକରଣକୁ ପ୍ରଶଂସା
ପୁରୀ – ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଆଜି ସକାଳେ ପୁରୀ ଯାଇ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ପ୍ରମୋଦ ମିଶ୍ର । ବହୁତ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ତାଙ୍କୁ ସୁଯୋଗ ମିଳିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଶ୍ରୀମନ୍ଦିରର ଉନ୍ନତିକରଣ ଓ ଭକ୍ତମାନଙ୍କ ପାଇଁ କରାଯାଇଥିବା ସୁବିଧା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଏକ ଜନମ କର କାରନ ଏହା । ଜେହି ଲଗି ରାମ ଧରୀ ନରଦେହା ॥ ପ୍ରତି ଅବତାର କଥା ପ୍ରଭୁ କେରୀ । ସୁନୁ ମୁନି ବରନୀ କବିହ୍ନ ଧନେରୀ ॥ ଭାବାର୍ଥ :- ଏହା ଗୋଟିଏ ଜନ୍ମର କଥା ଥିଲା ଯେଉଁଠି ଭଗବାନ ଶ୍ରୀରାମ ମନୁଷ୍ୟ ଦେହ ଧାରଣ କରିଥିଲେ । ହେ ମହାମୁନି ଭରଦ୍ବାଜ ! ଶୁଣ, ଭଗବାନଙ୍କର ପ୍ରତ୍ୟେକ ଅବତାର ର କଥାକୁ କବିତା ଆକାରରେ [...]
Odiaଗୀତା ଉପଦେଶ: ସମସ୍ତ କିଛି ଈଶ୍ୱରଙ୍କୁ ଅର୍ପଣ କରିବା ପରେ ତାହାକୁ ପ୍ରସାଦ ହିସାବରେ ନିଜେ ଗ୍ରହଣ କର
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ କର୍ମ କିପରି ଈଶ୍ୱରୱାର୍ପଣ ହେବା ଉଚିତ ତାହା ବୁଝାଇବାକୁ ଯାଇ କହୁଛନ୍ତି – ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ। ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍ତେ ସ୍ତେନ ଏବ ସଃ। ଅର୍ଥାତ ଯଜ୍ଞ ଆଦି କରିବା ଦ୍ୱାରା ଦେବତା ମାନେ ତୁମ୍ଭର ସମସ୍ତ ଆବଶ୍ୟକତା ପୁରଣ କରନ୍ତି। ଏହି ଅବଦାନ କୁ ଯେଉଁ ମାନେ ଦେବତା ଙ୍କୁ ଅର୍ପଣ ନ କରି ନିଜେ ଉପଭୋଗ କରନ୍ତି ସେମାନେ ଚୋର [...]
Odiaବେଙ୍ଗାଲୁରୁ କାଫେରେ ହୋଇଥିଲା ବୋମା ବିସ୍ଫୋରଣ, ସ୍ପଷ୍ଟ କଲେ କର୍ଣ୍ଣାଟକ ଡିଜି
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ରାମେଶ୍ୱରମ୍ କାଫେରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ‘ବୋମା ବିସ୍ଫୋରଣ’ ଥିଲା ବୋଲି କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆଲୋକ ମୋହନ ସ୍ପଷ୍ଟ କରିଛନ୍ତି। ପ୍ରଥମେ ଏହା ସିଲିଣ୍ଡର ଜନିତ ବୋଲି ଅନୁମାନ କରାଯାଉଥିଲା। ହେଲେ ସିସିଟିଭି ଫୁଟେଜ୍ ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଏହା ଏକ ବୋମା ବିସ୍ଫୋରଣ ବୋଲି ସ୍ପଷ୍ଟ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଖୋଜି ବାହାର କରିବୁ [...]
Odiaଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ବି. ଯୁଗଳ କିଶୋର ହେଲେ ଖୋର୍ଦ୍ଧା ଏସପି
ଭୁବନେଶ୍ୱର – ଆଇପିଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଜିପି ଏନସିଆର, ତାଳଚେର ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ପୂର୍ବାଞ୍ଚଳ ଆଇଜିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ବର୍ତ୍ତମାନ କେନ୍ଦ୍ରାପଡା ଏସପି ଥିବା ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା ଏସପି ଥିବା ସିଦ୍ଧାର୍ଥ କାଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
Odiaଜାତି, ଧର୍ମ ଆଧାରରେ ଭୋଟ୍ ନ ମାଗିବାକୁ ନିର୍ବାଚନ କମିଶନଙ୍କ ଚେତାବନୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ସମସ୍ତ ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହାଛଡ଼ା ଭିତ୍ତିହୀନ ବୟାନ ଦେଇ ଭୋଟରଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି କମିଶନ । ନିର୍ବାଚନ କମିଶନ ଏକ ଆଡଭାଇଜରିରେ ରାଜନୈତିକ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କୁ ଜାତି, ଧର୍ମ ଅବା ଭାଷା ଆଧାରରେ ଭୋଟ୍ ନ ମାଗିବାକୁ [...]
Odiaଅତ୍ୟାଧୁନିକ ବରମୁଣ୍ଡା ଅନ୍ତଃରାଜ୍ୟ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି [...]
Odiaଓଡ଼ିଶାରେ ଚଳିତବର୍ଷ ଫେବ୍ରୁଆରୀରେ ରେକର୍ଡ ଜିଏସଟି ସଂଗ୍ରହ
କଟକ – ଚଳିତବର୍ଷ ଫେବ୍ରୁଆରୀ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦ ୫୧୩୫.୮୯ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ଏଯାବତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବ୍ରୁଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟି ସଂଗ୍ରହ [...]
Odiaବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ
ପାଟଣା: ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ପୁଣି ଏକ ଝଟକା ଲାଗିଛି । ଭବୁଆର ଆରଜେଡି ବିଧାୟକ ଭରତ ବିନ୍ଦ ବିଜେପିରେ ମିଶିଛନ୍ତି। ସେ କହିଛନ୍ତି ବିଜେପିର ନୀତି ତାଙ୍କୁ ଭଲ ଲାଗିଲା। ତେଣୁ ସେ ଏହି ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଛାଡି ଏନଡିଏକୁ ଫେରିବା ପରେ ଆରଜେଡିର ପାଞ୍ଚ ଜଣ ବିଧାୟକ ଏବଂ କଂଗ୍ରେସର ଦୁଇଜଣ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି ।
Odiaସମାବର୍ତ୍ତନ କେବଳ ପ୍ରମାଣପତ୍ର ନୁହେଁ, ସାଧନାର ଉତ୍ସବ ଦରକାର: ରାଷ୍ଟ୍ରପତି
ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ଯାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରିଥିଲେ ରାଷ୍ଟ୍ରପତି। ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ୧୯୬୭ରେ ସ୍ଥାପିତ ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପାରଦର୍ଶିତା ଅର୍ଜନ କରିଛନ୍ତି। ବିଜ୍ଞାନଠାରୁ ଆରମ୍ଭ [...]
