ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ : ବିଭିନ୍ନ ବିଭାଗରେ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Odiaରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ : ବିଭିନ୍ନ ବିଭାଗରେ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ । ଅଧ୍ଯାପକ, ଅଫିସର ଓ ଷ୍ଟାଫଙ୍କୁ ନିଯୁକ୍ତି ମିଳିଛି । ଆଜି ୧ ହଜାର ୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ନିଜ ଚାକିରି କ୍ଷେତ୍ରରେ ୫ଟି ଉପକ୍ରମରେ [...]
Odiaବେଙ୍ଗାଲୁରୁର ଲୋକପ୍ରିୟ ରାମେଶ୍ବରମ କାଫେରେ ବିସ୍ଫୋରଣ, ଚାରି ଆହତ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଲୋକପ୍ରିୟ କାଫେରେ ଶୁକ୍ରବାର ଅପରାହ୍ନରେ ବିସ୍ଫୋରଣ ଘଟି ଚାରି ଜଣ ଆହତ ହୋଇଛନ୍ତି। ସହରର ହ୍ବାଇଟଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟିଥିଲା । ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଗ୍ରାହକ ଥିବାବେଳେ ଆଉ ତିନି ଜଣ ସେହି କାଫେର କର୍ମଚାରୀ ବୋଲି ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ ଆମକୁ ସିଲିଣ୍ଡର ବିସ୍ଫୋରଣ ଓ [...]
Odiaଆଶାରାମଙ୍କୁ ଝଟକା, ବଳାତ୍କାର ମାମଲାରେ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମ ଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ସଜା ଉପରେ ରୋକ୍ ଲଗାଇବାକୁ ଆବେଦନ କରିଥିଲେ ଆଶାରାମ । ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି । ଏହି ମାମଲାରେ [...]
Odiaବିଜେପି କ୍ଷମତାକୁ ଫେରିଲେ ଗ୍ୟାସ ସିଲିଣ୍ଡର ୨୦୦୦ ଟଙ୍କା ହୋଇଯିବ: ମମତା ବାନାର୍ଜୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଝାଡ଼ଗ୍ରାମ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଟିଏମସି ସୁପ୍ରିମୋ କହିଛନ୍ତି, ଯଦି କେନ୍ଦ୍ରରେ ପୁଣି ବିଜେପି ସରକାର ଆସେ ତେବେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବଢ଼ିଯିବ । ବିଜେପି ସରକାର ଏଲପିଜି ସିଲିଣ୍ଡର ଦର ବଢ଼ାଇ ୨୦୦୦ କରିଦେବେ । ଫଳରେ ଆମକୁ [...]
ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ: ରାଷ୍ଟ୍ରପତି
ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର [...]
Odiaରାଜ୍ୟର ବିଧି ଅଧିକାରୀମାନଙ୍କର ଦୈନିକ ଓ ରିଟେନର ପ୍ରାପ୍ୟରେ ୫୦ ପ୍ରତିଶତ ବୃଦ୍ଧି
ଭୁବନେଶ୍ବର – ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ବିଧି ଅଧିକାରୀମାନଙ୍କର ଦୈନିକ ଓ ରିଟେନର ପ୍ରାପ୍ୟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ବିଧି ଅଧିକାରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଧି ଅଧିକାରୀମାନଙ୍କର ଦୈନିକ ଓ ରିଟେନର ପ୍ରାପ୍ୟକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ପ୍ରାପ୍ୟ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲମାନେ [...]
Odiaଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ସମୟସୀମା ମାର୍ଚ୍ଚ ୩୧ ଯାଏ ବଢ଼ିଲା
ନୂଆଦିଲ୍ଲୀ: ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର କାର୍ଯକାରୀ ସମୟସୀମା ବୃଦ୍ଧି କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି ସମୟସୀମା ଫେବୃଆରୀ ୨୯ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଛି । ପେଟିଏମ୍ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ର ସମୟସୀମା ବଢ଼ାଇଛନ୍ତି। ପେଟିଏମର ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ସାମ୍ନା କରୁଥିବା ପେମେଣ୍ଟ ସମସ୍ୟା ଯୋଗୁଁ ଏନ୍ଏଚ୍ଏଆଇ ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବା ସମୟସୀମା ବୃଦ୍ଧି କରିଛି । ‘ଏକ [...]
Odiaନିଯୁକ୍ତି ପର୍ବ : ଚାରି ବିଭାଗରେ ନବନିଯୁକ୍ତଙ୍କୁ ଆଜି ଦିଆଯିବ ନିଯୁକ୍ତି ପତ୍ର
ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଚାରିଟି ବିଭାଗର ବିଭିନ୍ନ ପଦପଦବୀ ପାଇଁ ଚୟନ ହୋଇଥିବା ନବନିଯୁକ୍ତଙ୍କୁ ଦିଆଯିବ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ସହ ଦିଗଦର୍ଶନ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ୫-ଟି ଉପକ୍ରମରେ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନବନିଯୁକ୍ତ ୯୭୭ ଜଣ ଏସ. ଏସ.ବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ସମବାୟ ବିଭାଗରେ ନବନିଯୁକ୍ତ ୫୭ [...]
Odiaଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ମାନେ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ, ପାସ୍ କରି ନ ଥିବା ଗଣଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ [...]
Odiaବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର
ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ଏଲପିଜି ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହୋଇଛି । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଗୁଡ଼ିକ କମର୍ସିଆଲ ଏଲପିଜି ଗ୍ୟାସ ଦର ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଏହା ୨୫ ଟଙ୍କା ବଢ଼ିଥିବା ବେଳେ ମୁମ୍ବାଇରେ ୨୬ ଟଙ୍କା ମହଙ୍ଗା ହୋଇଛି। ଏହି ଦର ଆଜି (ମାର୍ଚ୍ଚ ୧) ଠାରୁ ଲାଗୁ ହେବ । ତେବେ ଘରୋଇ ଏଲପିଜି [...]
