Odiaଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ବଞ୍ଚାଇଥିବା ର଼୍ୟାଟ୍ ମାଇନରଙ୍କ ଘରେ ଚାଲିଲା ବୁଲଡୋଜର
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣେ ର଼୍ୟାଟ୍ ମାଇନର୍ ଓ୍ବକିଲ ହାସନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ଦିଲ୍ଲୀ ପ୍ରଶାସନ । ପ୍ରଶାସନ ବୁଧବାର ହାସନଙ୍କ ଘରେ ବୁଲଡୋଜର ଚଲାଇଥିଲା। ତାଙ୍କ ଘର ପୂରା ଭାଙ୍ଗି ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ହାସନଙ୍କୁ କ୍ଷତିପୂରଣ ଦିଆଯିବh ବୋଲି [...]
Odiaନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
ଫୁଲବାଣୀ – ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମିହିର ରଞ୍ଜନ ପରିଡ଼ା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସାଣ୍ଢ (୨୬ ବର୍ଷ) କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଦୋଷୀଙ୍କୁ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ସରକାରଙ୍କ ତରଫରୁ ପକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବନମାଳି ବେହେରା ମାମଲା ପରିଚାଳନା କରୁଥିଲେ। ୨୦୧୭ [...]
Odiaଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’
ଭୁବନେଶ୍ବର -ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି।ସୂଚନାଯୋଗ୍ୟ ଯେ, ଓଡିଶାର ୬,୭୯୮ଟି ଗ୍ରାମ ପଞ୍ଚାୟତଟି ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଟି ‘ଆମ ବ୍ୟାଙ୍କ’ ଖୋଲିଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ବ୍ୟାଙ୍କ [...]
Odiaକ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ, ନିୟମିତ ହେବେ ୫୦୪ ଠିକା ଅଙ୍ଗନବାଡ଼ି ସୁପରଭାଇଜର
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୬ ପାରା ମେଡିକାଲ କ୍ୟାଡର ରୁଲର ପରିବର୍ତ୍ତନ । ନର୍ସିଂ ଅଫିସର ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ। ୫୦୪ ଠିକା ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗାଁ ଓ [...]
Odiaଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକରେ ବିତ୍ତୀୟ ଖର୍ଚ୍ଚ ଓ ବିଭାଗୀୟ ଶୃଙ୍ଖଳା ଉପରେ ଗୁରୁତ୍ଵ
ଭୁବନେଶ୍ୱର – ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନରେ ଲୋକସେବା ଭବନର ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱ।ନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଏଥରେ ଅଧ୍ୟକ୍ଷତା କରି କହିଲେ ଯେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ପାଇଁ ଦିଆ ଯାଇଥିବା [...]
Odiaସମ୍ବଲପୁର ମହାନଗରର ୧୦୦୦୫ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧିବାସୀଙ୍କ ପାଇଁ ଆଜି ଥିଲା ଐତିହାସିକ ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶତାଦ୍ଦୀର ସ୍ବପ୍ନ ପୂରଣ କରିଛନ୍ତି। ମହାନଗର ନିଗମ ଅଞ୍ଚଳର ୧୦ ହଜାର ୫ ଜଣ ବସ୍ତି ବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ସମ୍ବଲପୁର ସହରର ମନ୍ଦଳିଆ ପଡିଆରେ ଆଜିଠାରୁ ଜାଗା ମିଶନ ଅଧୀନରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଭୂମିହୀନକୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]
Odiaଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ପାରିଶ୍ରମିକ ବଢିଲା
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମୀଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ [...]
Odiaପଞ୍ଚମ ଟେଷ୍ଟ ପାଇଁ ଫେରିଲେ ବୁମରା, ରାହୁଲ ବାଦ୍
ନୂଆଦିଲ୍ଲୀ: ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ବିସିସିଆଇ ଗୁରୁବାର ଭାରତୀୟ ଦଳ ଘୋଷଣା କରିଛି। ଦଳରେ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ। ଚତୁର୍ଥ ଟେଷ୍ଟ ମ୍ୟାଚରୁ ବିଶ୍ରାମ ପରେ ଷ୍ଟାର ପେସର୍ ଯସପ୍ରୀତ ବୁମରା ପଞ୍ଚମ ଟେଷ୍ଟ ଖେଳିବେ । ତେବେ କେଏଲ୍ ରାହୁଲ ଓ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଛନ୍ତି। ରାହୁଲଙ୍କୁ ମେଡିକାଲ ଟିମରୁ ସବୁଜ ସଙ୍କେତ ମିଳିନାହିଁ। ତେଣୁ ସେ ପଞ୍ଚମ ଟେଷ୍ଟ [...]
Odiaଗିରଫ ପରେ ଶାହାଜାହାନ ଶେଖ ତୃଣମୂଳ କଂଗ୍ରେସରୁ ୬ ବର୍ଷ ନିଲମ୍ବିତ
କୋଲକାତା: ଗିରଫ ହେବାର କିଛି ଘଣ୍ଟା ପରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଗିରଫ ପରେ ଗୁରୁବାର ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗର ବାସୀରହାଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଶାହଜାହାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ପଶ୍ଚିମବଙ୍ଗ ପୋଲିସ କହିଛି, ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇ ନାହିଁ ବରଂ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶାହଜାହାନ [...]
Odiaକ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ହିମାଚଳ ବାଚସ୍ପତି
ସିମଲା: ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀ ସପକ୍ଷରେ ‘କ୍ରସ୍-ଭୋଟିଂ’ କରିଥିଲେ। ସେମାନେ ବିଧାନସଭାରେ ଅର୍ଥ ବିଲ୍ ନେଇ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ହ୍ବିପକୁ ବି ଅଣଦେଖା କରିଥିଲେ। ଏହା ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ ବୋଲି କୁହାଯାଉଛି। ଅଯୋଗ୍ୟ [...]
