Odia‘ଆମ ବ୍ୟାଙ୍କ’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨ ହଜାର ସିଏସପି ପ୍ଲସ ଶାଖା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ‘ଆମ ବ୍ୟାଙ୍କ’ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨ ହଜାର ସିଏସପି ପ୍ଲସ ଶାଖା ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ମୁଖ୍ୟମନ୍ତ୍ରୀ। ଏହି ଯୋଜନାରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି । ‘ଆମ ବ୍ୟାଙ୍କ’ ଜରିଆରେ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଛି । ରାଜ୍ୟର ମୋଟ ୬ ହଜାର ୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪ ହଜାର [...]
Odiaଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ – ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସୁଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ , ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ନେଇ ବ୍ୟାପକ ଆଲୋଚନା କରାଯିବ । ବୈଠକରେ ରତ୍ନ ଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ଏଏସଆଇ ତରଫରୁ ଉପସ୍ଥାପିତ କରାଯିବ [...]
ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି, ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ

Odiaଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି, ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ
କେନ୍ଦୁଝର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ରାଷ୍ଟ୍ରପତି କେନ୍ଦୁଝର ଜିଲ୍ଲା ଗସ୍ତ କରି ଗୋନାସିକା କଦଳୀବାଡି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ। ପରେ ଧରଣୀଧର ବିଶ୍ବ ବିଦ୍ୟାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଅପରାହ୍ନରେ ରାଷ୍ଟ୍ରପତି ଉତ୍କଳ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଆସନ୍ତାକାଲି ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ [...]
Odiaସହରାଞ୍ଚଳ ରୂପାନ୍ତରଣ : ଜାଗା ମିଶନ, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ଆଧାରରେ ସହରାଞ୍ଚଳ ରୂପାନ୍ତରଣ ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସହରବାସୀଙ୍କ ପାଇଁ କରାଯାଇଥିବା ସୁବିଧା ଓ ସେବା ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାଗା ମିଶନ ଯୋଜନାରେ ଆଜି ୪ଟି ମହାନଗର ନିଗମ ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲାରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ୨୧ ହଜାର ୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ଏହାଛଡା ରାଜ୍ୟର ୬୯ଟି ସହରର ବସ୍ତିବାସିନ୍ଦାଙ୍କୁ [...]
Odiaସନ୍ଦେଶଖାଲି ହିଂସା ମାମଲା: ଟିଏମସି ନେତା ଶାହାଜାହାନ ଶେଖ୍ ଗିରଫ
କୋଲକାତା: ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ବାହୁବଳୀ ନେତା ଶାହାଜାହାନ ଶେଖଙ୍କୁ ଶେଷରେ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଶାହାଜାହାନ ଶେଖଙ୍କୁ ବୁଧବାର ମଧ୍ୟରାତ୍ରିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ଗିରଫ କରାଯାଇଛି । ସେ ୫୭ ଦିନ ଧରି ଫେରାର ଥିଲେ । ଶାହାଜାହାନଙ୍କୁ ଆଜି ବଶିରହାଟ କୋର୍ଟରେ ହାଜର କରାଯିବ। ରାସନ ଦୁର୍ନୀତି ମାମଲାରେ ଜାନୁୟାରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
Odiaଗୀତା ଉପଦେଶ : ସମସ୍ତ ବ୍ୟକ୍ତିଙ୍କ ପ୍ରତ୍ୟେକ ଇନ୍ଦ୍ରିୟ ନିଜ ମନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ସଂକଳ୍ପପ୍ରଭବାନ୍କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।। ଅର୍ଥାତ:- ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ ।
Odiaଝାଡ଼ଖଣ୍ଡର ଜାମତାରାରେ ଟ୍ରେନ୍ ଦୁର୍ଘଟଣା, ଦୁଇ ମୃତ
ରାଞ୍ଚି: ଝାଡଖଣ୍ଡର ଜାମତାରାଠାରେ ଟ୍ରେନ୍ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଜାମତରା ଏସଡିଏମ ଅନନ୍ତ କୁମାର କହିଛନ୍ତି ଜାମତାର କଳଝରିଆ ବ୍ଲକର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନନ୍ତ କୁମାର କହିଛନ୍ତି, “ରେଳ ଫାଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ କିଛି ଲୋକ ଏଥିରୁ ଭୟରେ ଓହ୍ଲାଇ ପଡ଼ିଥିଲେ। ସେମାନେ [...]
Odiaଇସ୍ତଫା ପ୍ରତ୍ୟାହାର କଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ, କହିଲେ ହିମାଚଳ ସରକାରଙ୍କ ପ୍ରତି ନାହିଁ କୌଣସି ବିପଦ
ଶିମଲା: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ସଙ୍କଟରେ ପଡ଼ିଥିବା ସୁଖୁ ସରକାରଙ୍କୁ ଆଶ୍ବସ୍ତି ମିଳିଛି । ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି। ଦଳର ହିମାଚଳ ପ୍ରଭାରୀ ରାଜୀବ ଶୁକ୍ଲା ଏହି ସୂଚନା ଦେଇଛନ୍ତି । ବିକ୍ରମାଦିତ୍ୟ ସିଂ ତାଙ୍କ ଇସ୍ତଫା ଫେରାଇ ନେବା ପରେ କହିଛନ୍ତି ଯେ କୌଣସି ବ୍ୟକ୍ତି ଅପେକ୍ଷା ସଂଗଠନ ବଡ଼। ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ। ବିକ୍ରମାଦିତ୍ୟ ସିଂହ ବୁଧବାର [...]
Odia୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଛନ୍ତି । ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଯୋଗଦାନ ସର୍ବଦା ରହିଆସିଛି । କୃଷକମାନଙ୍କ ଆୟବୃଦ୍ଧି ଦିଗରେ [...]
