Odiaଜାତୀୟ ବିଜ୍ଞାନ ଦିବସ: ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦ୍ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ [...]
Odiaପୁରୀ ଚାଲାଣ ହେଉଥିବା ବେଳେ ୧୧୫୨ କିଲୋ ଭାଙ୍ଗ ଜବତ କଲା କେ. ନୂଆଗାଁ ପୋଲିସ
ବ୍ରହ୍ମପୁର – କେ. ନୂଆଗାଁ ପୋଲିସ ଏକ ବୋଲେରୋରେ ଚାଲାଣ ହେଉଥିବା ୧ ହଜାର ୧୫୨ ଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରିଛି । ଆଜି ସକାଳେ ପାଟ୍ରୋଲିଂ ଓ ବ୍ଲକିଂ ବେଳେ କେ. ନୂଆଗାଁ ପୋଲିସ ରାଜ୍ୟ ରାଜପଥ ନମ୍ବର ୨୯ରେ ଦିଗପହଣ୍ଡିରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳାରଙ୍ଗର ବୋଲେରୋକୁ ଅଟକାଇଥିଲା । ଡ୍ୟୁଟିରେ ଥିବା ଏଏସଆଇ ସି. ତାରକେଶ୍ୱର ରାଓ ଓ କେ. ନୂଆଗାଁ ପୋଲିସ ଟିମ୍ ବୋଲେରୋକୁ ରତ୍ନେଶ୍ୱରୀ [...]
Odiaବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଲେ କିଶନ, ଆୟର
ନୂଆଦିଲ୍ଲୀ: ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ନ ମାନିବା ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ବୁଧବାର ଘୋଷଣା କରିଥିବା ନୂଆ କେନ୍ଦ୍ରୀୟ ଚୁକ୍ତିରୁ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ବିସିସିଆଇ ଘୋଷଣା କରିଥିବା କେନ୍ଦ୍ରୀୟ ଚୁକ୍ତିର ଶୀର୍ଷ ବର୍ଗ (ଏ +) ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ଦିଆଯାଇଛି। ‘ଏ’ ବର୍ଗରେ ମୋଟ ୬ [...]
Odiaସମ୍ବିଧାନରେ ସଂଶୋଧନ ସହ ୨୦୨୯ରେ ଏକକାଳୀନ ନିର୍ବାଚନ ପାଇଁ ସୁପାରିସ କରିପାରେ ବିଧି ଆୟୋଗ
ନୂଆଦିଲ୍ଲୀ: ଦେଶରେ ୨୦୨୯ରେ ଏକା ସଙ୍ଗେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ସଂସ୍ଥା ଗୁଡ଼ିକର ନିର୍ବାଚନ ହୋଇପାରେ । ଏକକାଳୀନ ନିର୍ବାଚନ ସକାଶେ ଜଷ୍ଟିସ୍ (ଅବସରପ୍ରାପ୍ତ) ଋତୁରାଜ ଅୱସ୍ତିଙ୍କ ନେତୃତ୍ୱାଧୀନ ବିଧି ଆୟୋଗ ଏକ ‘ନୂଆ ଅଧ୍ୟାୟ ଓ ଧାରା’ ଯୋଡ଼ିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ସୁପାରିସ କରିବା ସମ୍ଭାବନା ରହିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭା ଗୁଡ଼ିକର କାର୍ଯ୍ୟକାଳ ମଧ୍ୟ ବି ଏକ ସଙ୍ଗେ ଶେଷ କରିବା [...]
Odiaବେଆଇନ ଖଣି ଲିଜ୍ ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ
ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ୫ ବର୍ଷ ପରେ ସିବିଆଇ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମନ ଜାରି କରିଛି । ଏହି ମାମଲାରେ ତାଙ୍କୁ ଜଣେ ସାକ୍ଷୀ ଭାବେ ଜେରା କରିବାକୁ ଡକାଇଛି ସିବିଆଇ । ସିଆରପିସି ଧାରା ୧୬୦ ଅନୁଯାୟୀ ଜାରି ନୋଟିସରେ ୨୦୧୯ରେ ରୁଜୁ ଏହି ମାମଲାରେ ଜେରା ପାଇଁ ଫେବୃଆରୀ ୨୯ ଅର୍ଥାତ୍ ଆସନ୍ତାକାଲି ହାଜର ହେବାକୁ [...]
Odiaରାଷ୍ଟ୍ରପତିଙ୍କ ୪ ଦିନିଆ ଓଡିଶା ଗସ୍ତ ଆରମ୍ଭ, ଖିଚିଂ କିଚକେଶ୍ବରୀଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା
ଭୁବନେଶ୍ବର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଆଜିଠୁ ଆରମ୍ଭ ହୋଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ ଆସି ମୟୂରଭଞ୍ଜ ଜିଲ୍ଲାର ପାଣ୍ଡରଶିଳ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ରାଷ୍ଟ୍ରପତି ଖିଚିଂ ଯାଇ ମା’ କିଚକେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଖିଚିଂରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଆଜି ରାଷ୍ଟ୍ରପତି ରାଇରଙ୍ଗପୁର ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ [...]
Odiaଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ
ଭୁବନେଶ୍ୱର – ଆଇଏଏସ ସ୍ତରରେ ଅଦଳବଦଳ କରାଯାଇଛି । ବଦଳିଛନ୍ତି ତିନି ଜିଲ୍ଲାର ଜିଲ୍ଲାପାଳ। ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଥାକ୍ରେଙ୍କୁ ବାଲେଶ୍ଵର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବଦଳି କରାଯାଇ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ପୁରୀର ନୂଆ ଜିଲ୍ଲାପାଳ ହେବେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସେ ବର୍ତ୍ତମାନ କଟକ ମହାନଗର ନିଗମର କମିଶନର ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଅଛନ୍ତି । [...]
Odiaନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍ସ
ଭୁବନେଶ୍ୱର – ଭୁବନେଶ୍ୱରକୁ ଦିନିକିଆ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍ ଗେଟ୍ସ। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ , କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ [...]
Odiaଭୁବନେଶ୍ୱରରେ ମଙ୍ଗଳା ବସ୍ତି ଓ ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍ ଗେଟ୍ସ
ଭୁବନେଶ୍ୱର -ଭୁବନେଶ୍ୱର ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍ ଆଜି ମା’ ମଙ୍ଗଳା ବସ୍ତି ଗସ୍ତ କରି ରାଜ୍ୟ ସରକାରଙ୍କ ‘ମୁକ୍ତା’ ଓ ‘ଜାଗା ମିଶନ’ରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଏସବୁ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ବିଲ ଗେଟସ୍ ଅନୁଧ୍ଯାନ କରିଛନ୍ତି। ବିଜୁ ଆଦର୍ଶ କଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ବିଲ୍ ଗେଟ୍ସ । ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ [...]
Odiaଗୁଜରାଟ ଉପକୂଳରୁ ୩,୩୦୦ କେଜି ଡ୍ରଗ୍ସ ଜବତ, ପାଞ୍ଚ ବିଦେଶୀ ନାଗରିକ ଗିରଫ
ନୂଆଦିଲ୍ଲୀ: ଏକ ମିଳିତ ଅପରେସନରେ ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୁଜରାଟ ଉପକୂଳରୁ ଏକ ଇରାନୀୟ ଡ଼ଙ୍ଗାରୁ ପାଞ୍ଚ ବିଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ରେକର୍ଡ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ନୌସେନା, ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍ବାଡ୍ ଓ ଏନସିବିର ଏହି ମିଳିତ ଅପରେସନ୍ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ନିକଟ ଆରବ ସାଗରରେ ହୋଇଥିଲା । ଜବତ ସାମଗ୍ରୀରେ ଚରସ, ମିଥାମଫେଟାମାଇନ୍ ଏବଂ [...]
