Odia୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୧୪ଟି ଅନୁଷ୍ଠାନ ଓ ସଂଘର କର୍ମକର୍ତ୍ତା
ଭୁବନେଶ୍ବର – ଆଜି ରାଜ୍ୟର ୧୪ଟି ବିଭିନ୍ନ ଅନୁଷ୍ଠାନ ଓ ସଂଘର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ କର୍ମକର୍ତ୍ତାମାନେ ପୂର୍ବରୁ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ତାଙ୍କ ଅନୁଷ୍ଠାନ ଓ ସଂଘର ସମସ୍ୟା ବିଷୟରେ ଅବଗତ କରାଇଥିଲେ। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣି ଏହି ସବୁ ସମସ୍ୟାଗୁଡିକ ତୁରନ୍ତ ଏହାର ପ୍ରତିକାର କରିଥିଲେ। ଏଥିପାଇଁ ଆଜି [...]
Odiaପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦିନିକିଆ କର୍ମଶାଳା
ଭୁବନେଶ୍ବର – ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇଥିଲେ । ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ [...]
Odiaଜେଲ୍ ପରିସରରେ ପଡିଲା ବରମାଳା, ପୀଡିତାଙ୍କ ହାତ ଧରିଲେ ଅଭିଯୁକ୍ତ
ଭୁବନେଶ୍ୱର- ସାଧାରଣ ବିବାହ ଠାରୁ ଏହି ବାହାଘର ଥିଲା ଟିକେ ଅଲଗା ।ଏହି ବାହାଘରେ ବର ଓ ବରଯାତ୍ରୀ କନ୍ୟା ଘରକୁ ରୋଷଣୀ କରି ଯାଇନଥିଲେ । ବରଂ କନ୍ୟାପକ୍ଷ ରୋଷଣୀ କରି କନ୍ୟା ସହ ଜେଲରେ ପଞ୍ଚିଥିଲେ । ଜେଲ ପରିସରରେ ହୋଇଥିବା ମଣ୍ଡପରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ବର -କନ୍ୟା । ଭୁବନେଶ୍ବରର ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ଏଭଳି ଏକ ବିବାହ [...]
Odiaଖୋର୍ଦ୍ଧା ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବଣ୍ଟନ କଲେ ୫-ଟି ଅଧ୍ୟକ୍ଷ
ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବଣ୍ଟନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲାର ୮ ହଜାର ୯୫୮ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରାଯାଇଛି। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ମାର୍ଚ୍ଚ ୫ ତାରିଖ ମଧ୍ୟରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ। ଖୋର୍ଦ୍ଧା ଜିଲ୍ଲାର ୯୮ [...]
ବ୍ରହ୍ମପୁର ଭାରୋତ୍ତୋଳନ ଏକାଡେମୀ ଦେଶର ସର୍ବବୃହତ୍, ସ୍ପୋର୍ଟସ କମ୍ପ୍ଲେକ୍ସ ଅନ୍ୟତମ ଆକର୍ଷଣ
ବ୍ରହ୍ମପୁର: ଭୁବନେଶ୍ବର, କଟକ, ରାଉରକେଲା ପରି ବ୍ରହ୍ମପୁର ଆମ ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବହୁ କୋଟି ଟଙ୍କାରେ ନବକଳେବର କରାଯାଇଥିବା ବ୍ରହ୍ମପୁର ଷ୍ଟାଡିୟମର ରୂପାନ୍ତରିତ ରୂପ ଅର୍ଥାତ୍ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ ସାଙ୍ଗକୁ ଦେଶର ସର୍ବବୃହତ୍ ଭାରୋତ୍ତୋଳନ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କ୍ରୀଡାବିତ୍ ତଥା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହ ଦେଶର କ୍ରୀଡ଼ା ମାନଚିତ୍ରରେ ଏକ ଉଜ୍ଜ୍ୱଳ [...]
ବିଭ୍ରାନ୍ତିକର ବିଜ୍ଞାପନ ନେଇ ରାମଦେବଙ୍କ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅଦାଲତ ଅବମାନନା ନୋଟିସ୍ ଜାରି

Odiaବିଭ୍ରାନ୍ତିକର ବିଜ୍ଞାପନ ନେଇ ରାମଦେବଙ୍କ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅଦାଲତ ଅବମାନନା ନୋଟିସ୍ ଜାରି
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ଭର୍ତ୍ସନା କରିଛନ୍ତିି। ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ ପତଞ୍ଜଳି ଏପରି କରୁଛି । ଏହା କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତିି । ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଏ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର [...]
ବିଶାଖାପାଟଣା – ପଲାସା ଟ୍ରେନ ବ୍ରହ୍ମପୁର ଯାଏଁ ସମ୍ପ୍ରସାରିତ
ଭୁବନେଶ୍ୱର – ବିଭିନ୍ନ କାମରେ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସହରକୁ ଯା’ ଆସ କରୁଥିବା ବ୍ରହ୍ମପୁରର ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ବିଶାଖାପାଟଣା -ପଲାସା ପାସେଞ୍ଜର ଟ୍ରେନକୁ ବ୍ରହ୍ମପୁର ଯାଏଁ ସଂପ୍ରସାରିତ କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରାଳୟ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି । ଖୁବ୍ ଶୀଘ୍ର ବିଶାଖାପାଟଣା-ପଲାସା ଟ୍ରେନ ବ୍ରହ୍ମପୁର ଯାଏଁ ଚଳାଚଳ କରିବ । ବ୍ରହ୍ମପୁର ଆସିବା ପୂର୍ବରୁ ଟ୍ରେନ ମଣ୍ଡାସା, ସୋମପେଟା ଓ ଇଚ୍ଛାପୁରମରେ ରହିବ ।
Odiaଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସାହିରାମଙ୍କୁ ଦକ୍ଷିଣ ଦିଲ୍ଲୀର ପ୍ରାର୍ଥୀ କରାଯାଇଛି। ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର ଓ ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ ଲଢ଼ିବେ। ହରିୟାଣାର କୁରୁକ୍ଷେତ୍ରରୁ ସୁଶୀଲ ଗୁପ୍ତା ଆପର ପ୍ରାର୍ଥୀ ହୋଇଛନ୍ତି । ଦିଲ୍ଲୀ ଓ ହରିୟାଣା ସହ କଂଗ୍ରେସ ଏବଂ [...]
Odiaଆସନ୍ତା ୫ ବର୍ଷ ମଧ୍ୟରେ ଖୋଲାଯିବ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ [...]
Odiaଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଅଷ୍ଟମ ସମନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ ଜାରି କରିଛି । କେଜ୍ରିୱାଲଙ୍କୁ ତଦନ୍ତକାରୀ ସଂସ୍ଥାର ଏହା ହେଉଛି ଅଷ୍ଟମ ସମନ। ଏହା ପୂର୍ବରୁ ଇଡିର ୭ଟି ନୋଟିସକୁ ଏଡ଼ାଇ ଦେଇଥିଲେ କେଜ୍ରିୱାଲ । ହେଲେ ଇଡି ପୁଣି ମଙ୍ଗଳବାର କେଜ୍ରିୱାଲଙ୍କୁ ନୋଟିସ୍ ପଠାଇଛି। ତାଙ୍କୁ ଜେରା ପାଇଁ ମାର୍ଚ୍ଚ ୪ରେ ହାଜର ହେବାକୁ କହିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ କେଜ୍ରିୱାଲ ସୋମବାର [...]
