Odiaଅନ୍ତର୍ଜାତୀୟ କ୍ରିକେଟରୁ ନିଲ୍ ୱାଗନରଙ୍କ ଅବସର
ଓ୍ବେଲିଂଟନ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ନିଲ୍ ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ସୁଯୋଗ ନ ମିଳିବା ପରେ ୱାଗନର୍ ଏହି ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ମୂଳର ୱାଗନର୍ ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିଲେ | ଏହି ଅବଧି ମଧ୍ୟରେ ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୬୦ ୱିକେଟ୍ ନେଇଥିଲେ। ୱେଲିଙ୍ଗଟନ୍ରେ [...]
Odiaରାଜଧାନୀରେ ମିଶନ ଶକ୍ତି ବଜାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ବିନା ସୁଧରେ ମା’ ମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ମିଶନ ଶକ୍ତି ବଜାର ଉଦଘାଟନ କରିଛନ୍ତି। ଏଣିକି ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଉତ୍ପାଦ ଘରେ ଘରେ ପହଞ୍ଚିବାରେ ସୁବିଧା ହେବ । ଏହାସହ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। [...]
Odiaଇସ୍ରୋର ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ଚାରି ବାୟୁସେନା ପାଇଲଟଙ୍କ ନାଁ ଘୋଷଣା
ତ୍ରିଭେନ୍ଦ୍ରମ – ଇସ୍ରୋର ପ୍ରଥମ ମାନବଯୁକ୍ତ ଗଗନଯାନ ଅଭିଯାନରେ ମହାକାଶକୁ ଯିବାକୁ ଥିବା ଚାରି ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ସବୁ ମହାକାଶଚାରୀ ଭାରତୀୟ ବାୟୁସେନାର ପାଇଲଟ୍ । ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍ କ୍ୟାପ୍ଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ଇସ୍ରୋର ଗଗନଯାନ ମିଶନରେ ମହାକାଶ ଯାତ୍ରା କରିବେ [...]
Odiaମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ , ଫିଜିକ୍ସରେ ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍ଟ ନେଇଥିଲେ ମିଳିବ ଗ୍ରେସ ମାର୍କ
ଭୁବନେଶ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାର ପ୍ରଶ୍ନ ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍ ହୋଇଛି। ଏ ନେଇ ବିଶେଷଜ୍ଞ କମିଟି ବୈଠକ ଖୁବ୍ ଶୀଘ୍ର ବସିବ। [...]
Odiaପୋଷାକ ପାଇଁ ଚାଷୀଙ୍କୁ ମେଟ୍ରୋ ସେବା ବାରଣ, ସୁରକ୍ଷାକର୍ମୀ ବହିଷ୍କୃତ
ବେଙ୍ଗାଲୁରୁ: ଜଣେ ଚାଷୀଙ୍କ ପୋଷାକ ଯୋଗୁଁ ତାଙ୍କୁ ମେଟ୍ରୋରେ ଚଢ଼ିବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋମବାର ବାଙ୍ଗାଲୋର ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ (ବିଏମ୍ଆରସିଏଲ୍) ଜଣେ ସୁରକ୍ଷା ସୁପରଭାଇଜରଙ୍କୁ ବରଖାସ୍ତ କରିଛି । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫେବୃଆରୀ ୧୮ରେ ରାଜାଜୀ ନଗର ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା | ଭଲ ପୋଷାକ [...]
Odiaସନ୍ଦେଶଖାଲି ମାମଲା: ଗିରଫ ହେବେ ଟିଏମସି ନେତା ଶାହଜାହାନ ଶେଖ୍
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଯୌନ ଉତ୍ପୀଡ଼ନ ଓ ଜମି ହଡ଼ପ ଅଭିଯୋଗରେ ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କୁ ୭ ଦିନ ମଧ୍ୟରେ ଗିରଫ କରାଯିବ। ଦଳର ବରିଷ୍ଠ ନେତା କୁନାଲ ଘୋଷ ଏହା କହିଛନ୍ତି । ତାଙ୍କ ଦଳ ଅପରାଧୀଙ୍କୁ ସମର୍ଥନ କରୁନାହିଁ ବୋଲି ମଧ୍ୟ ଘୋଷ ଜୋର୍ ଦେଇ କହିଛନ୍ତି। ଶାହଜାହାନଙ୍କ ଗିରଫ ଉପରେ କୌଣସି ସ୍ଥଗିତାଦେଶ ଜାରି କରାଯାଇ ନାହିଁ ବୋଲି କଲିକତା ହାଇକୋର୍ଟ ସ୍ପଷ୍ଟ କରିବା ପରେ ଟିଏମସି ନେତାଙ୍କ ଏହି [...]
Odiaସିଂହ ‘ଆକବର’- ସିଂହୀ ‘ସୀତା’ ବିବାଦ: ଆଇଏଫ୍ଏସ୍ ଅଧିକାରୀଙ୍କୁ ନିଲମ୍ବିତ କଲେ ତ୍ରିପୁରା ସରକାର
ଅଗରତାଲା: ସିଂହର ନାଁ ‘ଆକବର’ ଓ ସିଂହୀର ‘ସୀତା’ ନାମକରଣ ନେଇ ବିବାଦ ପରେ ତ୍ରିପୁରା ସରକାର ଜଣେ ଆଇଏଫଏସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ସିଂହ-ସିଂହୀ ଯୋଡିକୁ ତ୍ରିପୁରାରୁ ପଶ୍ଚିମବଙ୍ଗର ଏକ ଚିଡ଼ିଆଖାନାକୁ ପଠାଯାଇଥିଲା | ତେବେ ସେମାନଙ୍କ ଏଭଳି ନାମକରଣ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କଲିକତା ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଏଭଳି ନାମକରଣ (ଆକବର ଓ ସୀତା) ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲା ଭିଏଚପି। ଏଥିସହ [...]
Odiaବାରବାଟୀର ନବକଳେବର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
କଟକ – ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବାରବାଟୀର ନବକଳେବରରେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କିଛି ଦିନ ତଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ପ୍ରସ୍ତାବିତ ନବକଳେବର ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାର, ବିସିସିଆଇ ଓ ଓସିଏର ମିଳିତ ଉଦ୍ୟମରେ ବାରବାଟୀର ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ [...]
Odiaଆଜି ତିନି ରାଜ୍ୟର ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ
ନୂଆଦିଲ୍ଲୀ – ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି । ୩ ରାଜ୍ୟର ୧୫ଟି ଆସନ ପାଇଁ ନିର୍ବାଚନ ହେଉଛି । ମତଦାନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ଓଡ଼ିଶାରୁ ୩ ପ୍ରାର୍ଥୀଙ୍କ ସମେତ ମୋଟ ୪୧ ଜଣ ପ୍ରାର୍ଥୀ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଭଳି [...]
Odiaବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ କ୍ରୀଡା ଭିତ୍ତିଭୂମିର ଲୋକାର୍ପଣ କରିବା ସହ ଆଉ କିଛି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଲୋକାର୍ପିତ ହେବାକୁ ଥିବା କ୍ରୀଡା ଭିତ୍ତିଭୂମି ମଧ୍ୟରେ ରହିଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ମହିଳା କ୍ରିକେଟ ଏକାଡେମୀ, ଓଡ଼ିଶା କ୍ରିକେଟ ଆସୋସିଏସନର ୪୨ଟି କ୍ରିକେଟ ଏକାଡେମୀ, ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଯାଜପୁର ସ୍ପୋର୍ଟସ [...]
