୧ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି
ବ୍ରହ୍ମପୁର: ରାଷ୍ଟ୍ରପତି ହେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ କରି ଆସୁଛନ୍ତି ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ। ସେ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ଏଭଳି ଦ୍ବିତୀୟ ଅବସର ହେବ ଯେତେବେଳେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ଆସିବେ ତଥା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପୂର୍ବରୁ ଭି.ଭି.ଗିରି ରାଷ୍ଟ୍ରପତି ଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗସ୍ତ କରିଥିଲେ। [...]
Odiaସହର ଅନୁସାରେ ମଣିଷର ବ୍ୟବହାର ଭିନ୍ନ ଭିନ୍ନ ଦେଖିବାକୁ ମିଳିଥାଏ…
ସହର ଅନୁସାରେ ମଣିଷର ବ୍ୟବହାର ଭିନ୍ନ ଭିନ୍ନ ଦେଖିବାକୁ ମିଳିଥାଏ… ଅନୁଗୋଳ: ଅନୁଗୁଳିଆ ଲୋକେ ଅନ୍ତର୍ମୁଖୀ କିନ୍ତୁ ଉଚ୍ଚମନା । ବନ୍ଧୁ ପରିଚର୍ଯ୍ୟା ଏବଂ ବନ୍ଧୁତ୍ୱ ନିମନ୍ତେ ଅନ୍ୟମାନଙ୍କ ପାଇଁ ଉଦାହରଣ । କଟକ: କଟକି ଜୀବନ ଆଧୁନିକତା ନିମନ୍ତେ ଉନ୍ମୁକ୍ତ ଅଥଚ ପରମ୍ପରା ସମସ୍ତଙ୍କ ଶିରା ପ୍ରଶିରାରେ । ଜାତି, ଧର୍ମ, ବର୍ଣ୍ଣ କଟକିଆ ପାଇଁ କିଛି ମାନେ ରଖେନା । ପରସ୍ପରର ଅସୁବିଧାରେ ଅଣ୍ଟା ଭିଡ଼ି ଠିଆ ହେବା ଭଳି ସାହସ କେବଳ କଟକିଆ [...]
Odiaଶ୍ରୀରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଏକ ବାତ ନହିଂ ମୋହି ସୋହାନୀ । ଜଦପି ମୋହ ବସ କହେହୁ ଭବାନୀ ॥ ତୁହ୍ମ ଜୋ କହା ରାମ କୋଉ ଆନା । ଜେହି ଶୃତି ଗାବ ଧରହିଂ ମୁନି ଧ୍ୟାନା ॥ ଭାବାର୍ଥ :- ପରନ୍ତୁ ହେ ପାର୍ବତୀ ! ତୁମର ଗୋଟିଏ ପଦ କଥା ମୋତେ ଠିକ୍ ଲାଗିଲା ନାହିଁ, ଯଦିଓ ଯାଣିଛି ଏହା ତୁମେ ଅଜ୍ଞାନତା ରୂପକ ମୋହର ବଶବର୍ତ୍ତୀ ହୋଇ କହିଛ । [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନଙ୍କୁ ନିଜର ଶ୍ରଦ୍ଧା ସମ୍ବନ୍ଧରେ କହିଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
Odiaରାଜ୍ୟରେ ବାଘଙ୍କ ସଂଖ୍ୟା ୩୦କୁ ବୃଦ୍ଧି
ଭୁବନେଶ୍ବର – ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଗଣନା ରିପୋର୍ଟରୁ ଜଣାପଡିଛି । ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୩୦ ମହାବଳ ବାଘ ଓ ୮ ଶାବକ ଅଛନ୍ତି । ଏଥିମଧ୍ୟରୁ କେବଳ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ହିଁ ୨୭ ମହାବଳ ବାଘ ଅଛନ୍ତି । ୩୦ ବାଘଙ୍କ ମଧ୍ୟରୁ ୧୪ ଜଣ ବାଘୁଣୀ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । [...]
Odia୧୬ ପୌରାଞ୍ଚଳର ୯୫ଟି ଜଳାଶୟର ପୁନଃଉଦ୍ଧାର ପାଇଁ ୩୬୪ ମିଶନ ଶକ୍ତି ଗୋଷ୍ଠୀଙ୍କୁ ‘ଆମ ପୋଖରୀ’ କାର୍ଯ୍ୟାଦେଶ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନଲାଇନ ଯୋଗେ ବିଭିନ୍ନ ପୌରାଞ୍ଚଳ ସହିତ ସଂଯୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ [...]
Odiaପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା
ନୂଆଦିଲ୍ଲୀ: ‘ପେଟିଏମ୍’ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କମ୍ପାନୀର ପେମେଣ୍ଟ ବ୍ୟାଙ୍କ ୟୁନିଟର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର କଟକଣା ପରେ କମ୍ପାନୀ ଏହାର ବୋର୍ଡକୁ ପୁନର୍ଗଠନ କରିବ । କମ୍ପାନୀର ନୂଆ ବୋର୍ଡରେ ଏବେ ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ୍ ଶ୍ରୀଧର ସାମିଲ ହେବେ। ଏହାଛଡ଼ା ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗଙ୍କ ସହ [...]
Odia‘ଆମ ହସ୍ପିଟାଲ’ ଦ୍ୱିତୀୟ ପର୍ଯ୍ୟାୟ: ୧୫ଟି ଜିଲ୍ଲାରେ ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ ବିଏମଆରସି କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି [...]
Odia‘ନୂଆ-ଓ ଛାତ୍ରବୃତ୍ତି ବିତରଣ’ ଆରମ୍ଭ : ତିନିଟି ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ , ଖୁବ୍ ଶୀଘ୍ର ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ’
ଭୁବନେଶ୍ୱର – ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଜିଠୁ କାର୍ଯ୍ୟକାରୀ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ତିନିଟି ଜିଲ୍ଲା ଗସ୍ତ କରି ନୂଆ -ଓ ଛାତ୍ରବୃତ୍ତି ବିତରଣ କରିଛନ୍ତି। ସେ ସମ୍ବଲପୁର, ଅନୁଗୋଳ ଓ ଦେବଗଡ ଜିଲ୍ଲାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଜିଲ୍ଲାର ୫୭ଟି କଲେଜର [...]
Odia୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ
ଭୁବନେଶ୍ୱର – ମାଇକ୍ରୋସଫ୍ଟ ସହ- ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚଳିତମାସ ୨୮ ତାରିଖରେ ଓଡ଼ିଶା ଆସିବେ । ଭୁବନେଶ୍ୱରରେ ବିଲ୍ ଗେଟ୍ସ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ବି କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, କୃଷିର ଉନ୍ନତି ପାଇଁ ୨୦୧୭ରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ [...]
