Odiaପଙ୍କଜ ଉଧାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: ଲୋକପ୍ରିୟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସୁମଧୁର କଣ୍ଠ ଓ ଭାବପୂର୍ଣ୍ଣ ଗାୟନ କୋଟି କୋଟି ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଥିଲା । କିମ୍ବଦନ୍ତୀ ଗାୟକଙ୍କ ସାଂଗୀତିକ ଯାତ୍ରାକୁ ପ୍ରଶଂସକମାନେ ସର୍ବଦା ମନେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
Odiaଲୋକପ୍ରିୟ ଗଜଲ୍ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
ମୁମ୍ବାଇ: ନିରବି ଗଲେ ପଙ୍କଜ ଉଧାସ । ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉଧାସଙ୍କ ବିୟୋଗ ନେଇ ତାଙ୍କ ଝିଅ ନୟାବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ଲୋକପ୍ରିୟ ଗଜଲ ଗାୟକ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଧାସଙ୍କ ସୋମବାର (ଫେବୃଆରୀ ୨୬) ପୂର୍ବାହ୍ନ ୧୧ଟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କର [...]
Odiaକାମ ଦେଲାନି ‘ବାଜବଲ୍’, ଘରୋଇ ମାଟିରେ ଭାରତର କ୍ରମାଗତ ୧୭ତମ ସିରିଜ୍ ବିଜୟ
ରାଞ୍ଚି: ଇଂଲଣ୍ଡର ‘ବାଜବଲ୍’ ରଣନୀତିକୁ ଫିକା ପକାଇଦେଇଛି ଭାରତର ୟଙ୍ଗ୍ ବ୍ରିଗେଡ୍। ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଧ୍ରୁବ ଜୁରେଲଙ୍କ ପୁଣି ଏକ ଉପଯୋଗୀ ପାଳି ବଳରେ ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ କବଜା କରିନେଇ ଘରୋଇ ମାଟିରେ ପୁଣି ପ୍ରାଧାନ୍ୟ ଜାହିର କରିଛି ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ଏହା ଭାରତର କ୍ରମାଗତ [...]
Odiaବିଜେଡିରେ ସାମିଲ ହେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର
ଭୁବନେଶ୍ବର – ବ୍ରହ୍ମପୁରରେ ବିଜେପିକୁ ଶକ୍ତ ଧକ୍କା। ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ବର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ବିଜେଡିରେ ଯୋଗଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ୪ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି [...]
Odiaରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର – ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଓ କଟକରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ବିନ୍ ସିଟିରେ ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଆସନ୍ତା ୨୯ରେ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବରରେ ସେହିଦିନ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । [...]
Odiaବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ କର୍ମଚାରୀ
ଭୁବନେଶ୍ବର – ନିକଟରେ ଉଦ୍ଘାଟିତ ହେବାକୁ ଥିବା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଏକ ପୋଲିସ୍ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ, ୫-ଟି ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏହା ଲୋକାର୍ପିତ ହେବ। ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍ ଯାତାୟତ [...]
Odiaଜ୍ଞାନବାପି ମସଜିଦ ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା, ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ
ବାରାଣସୀ: ଜ୍ଞାନବାପି ମସଜିଦ ପରିସରରେ ଥିବା ବେସମେଣ୍ଟ ତଥା ବ୍ଯାସ ତହଖାନାରେ ହିନ୍ଦୁମାନଙ୍କ ପୂଜାର୍ଚ୍ଚନା ଉପରେ ରୋକ୍ ନେଇ ମୁସଲିମ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ବ୍ୟାସ ତହଖାନାରେ ପୂଜା ଜାରି ରହିବ। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଜଣିକିଆ ବେଞ୍ଚ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ମୁସଲିମ ପକ୍ଷ ଦଳ ବାରାଣସୀ ଜିଲ୍ଲା କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜାନୁୟାରୀ ୩୧ରେ ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପି ବେସମେଣ୍ଟରେ [...]
Odiaଗଛରେ ପିଟିହେଲା ବୋଲେରୋ , ୩ ଡ୍ରାମା କଳାକାର ମୃତ
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପିଟି ହୋଇଯାଇଥିଲା । ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ୫ ଜଣ ଡ୍ରାମା କଳାକାର ଥିଲେ । ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି ୫ ଜଣ କଳାକାରଙ୍କ ସମେତ ୭ ଜଣ ବୋଲେରୋରେ ନିଜ ଘରକୁ ଫେରୁଥିଲା ବେଳେ [...]
Odiaଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି ଏକ ବିବୃତ୍ତିରେ କହିଛି, ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କେଜ୍ରିୱାଲ ଇଡି ଜେରାର ସାମ୍ନା କରିବେ ନାହିଁ। ଦଳ କହିଛି ଯେ ନିୟମିତ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ। ଆମେ ‘ଇଣ୍ଡିଆ’ ମେଣ୍ଟ ଛାଡ଼ିବୁ ନାହିଁ | ମୋଦୀ ସରକାର [...]
Odiaଆମ ହସ୍ପିଟାଲ ଯୋଜନାର ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକାର୍ପଣ
ଭୁବନେଶ୍ୱର – ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଆଜି ୧୫ଟି ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସୁବର୍ଣ୍ଣପୁରର ୩୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାରେ ବିଏମ ଆରସି ହୃଦରୋଗ ଚିକିତ୍ସାଳୟର ମଧ୍ୟ ଉଦଘାଟନ ହେବ । ‘ଆମ [...]
