Odiaବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ
ପଟାୟା ( ଥାଇଲାଣ୍ଡ) – ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ହାସଲ କରିଛନ୍ତି ଆଉ ଏକ ସମ୍ମାନଜନକ ଆନ୍ତର୍ଜାତିକ ଟାଇଟଲ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଆଜି ଖେଳାଯାଇଥିବା ଚାମ୍ପିଅନସିପର ଏସଏଲ-୩ ଶ୍ରେଣୀ ଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଭଗତ, ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୧୪-୨୧, ୨୧-୧୫ ଓ ୨୧ -୧୪ରେ ହରାଇ ଟାଇଟଲ ହାସଲ କରିଛନ୍ତି। ଏଥିସହ ଲଗାତର ତିନିଟି ପାରା [...]
Odiaପାରା ବିଶ୍ୱ ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣଠାରୁ ଆଉ ଗୋଟିଏ ମ୍ୟାଚ ଦୂରରେ ପ୍ରମୋଦ ଭଗତ
ପଟାୟା ( ଥାଇଲାଣ୍ଡ) – ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ଭଗତ । ଚାମ୍ପିୟନସିପର ଏସଏଲ-୩ ଶ୍ରେଣୀରେ ସେମିଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭଗତ, ସ୍ୱଦେଶର ହିଁ ମନୋଜ ସରକାରଙ୍କୁ ପରାସ୍ତ କରିଛନ୍ତି। ମନୋଜଙ୍କୁ ୨୩-୨୧, ୨୦-୨୨ ଓ ୨୧-୧୮ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଫାଇନାଲରେ ଭଗତ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ଭେଟିବେ ।
Odia୨୭ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା
ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୨୭ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟରେ ଧରଣର ବର୍ଷା ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତାକାଲି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା [...]
ଗଞ୍ଜାମରେ ସହରାଞ୍ଚଳ ସଂଖ୍ୟା ୨୦କୁ ବୃଦ୍ଧି: ଏନ୍ଏସି, ପୌରପାଳିକା ମାନ୍ୟତା ପରେ ଖୁସିର ଲହରୀ
ଛତ୍ରପୁର: ଗଞ୍ଜାମ ହେଉଛି ରାଜ୍ୟର ସର୍ବାଧିକ ସହରାଞ୍ଚଳ ଥିବା ଜିଲ୍ଲା। ଏଠାରେ ମୋଟ ୧୮ଟି ସହରାଞ୍ଚଳ ଥିବା ବେଳେ ସେଥିରେ ରହିଛି ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ପୌରପାଳିକା ଓ ୧୬ଟି ବିଜ୍ଞାପିତ ଅଞ୍ଚଳ ବା ଏନ୍ଏସି। ତେବେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିନିକିଆ ଗଞ୍ଜାମ ଗସ୍ତ ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼କୁ ଏନ୍ଏସି ମାନ୍ୟତା ପ୍ରଦାନ କଥା ଘୋଷଣା କରିଥିଲେ। ଏବେ ପୁଣି କୁକୁଡ଼ାଖଣ୍ଡିକୁ ନୂଆ କରି ଏନ୍ଏସି କରାଯିବାକୁ [...]
Odiaବିଏମସିରେ ନୂଆ କମିଶନର
ଭୁବନେଶ୍ବର- ଆଜି ଅପରାହ୍ନରେ ଭୁବନେଶ୍ବର ମହାନଗର ନିଗମରେ ନୂଆ କମିଶନର ଭାବେ ଯୋଗଦେଇଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ । ବରିଷ୍ଠ ପ୍ରାଶାସନିକ ଅଧିକାରୀ ଭାବେ ପାଟିଲ ବର୍ତ୍ତମାନ ରାଜ୍ୟ ସରକରଙ୍କର ସମବାୟ ବିଭାଗର ଆୟୁକ୍ତ ତଥା ସଚିବ ଅଛନ୍ତି । ଏହା ସାଙ୍ଗକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତେବେ ସରକାରଙ୍କ ଉପରୋକ୍ତ ଦାୟିତ୍ବ ସାଙ୍ଗକୁ ସେ ବିଏମସି କମିଶନର ଭାବେ ଯୋଗ ଦେଇଛନ୍ତି [...]
Odiaଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ଧାମନଗରରେ ମୋଟର ସାଇକେଲରେ ବୁଲି ଦେଖିଲେ ବନ୍ଧବାଡ, ଘାଇ
ଭଦ୍ରକ -ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ମଧ୍ୟାହ୍ନରେ ଆଖୁଆପଦାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳ ସାହି ଯାଇଥିଲେ ୫-ଟି ଅଧ୍ୟକ୍ଷ ।ସେ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ,ରାସ୍ତା, ମଲ୍ଲୀମାହାର ଏବଂ ଗୌରାଙ୍ଗପୁର ଏସକେଫ ଏବଂ କୋଚିଳା ବ୍ୟାରେଜ ଅନୁଧ୍ୟାନ କରି ଅପରାହ୍ନରେ ଧାମନଗର ବ୍ଲକ ପାଳ ସାହିରେ ପହଞ୍ଚିଥିଲେ ।ସେଠାରେ ଆଇଜିଏମ [...]
Odiaଯଶସ୍ବୀଙ୍କ ପୁଣି ଏକ ମାଇଲଖୁଣ୍ଟ, ଏକ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ
ରାଞ୍ଚି: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ଜୈସୱାଲ ପଞ୍ଚମ ଭାରତୀୟ ଭାବେ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ତଦୁର୍ଦ୍ଧ୍ବ ରନ୍ କରିଛନ୍ତି । ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଡେବ୍ୟୁ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ରାଞ୍ଚି ଟେଷ୍ଟର ଶେଷ ସେସନରେ ଶୋଏବ ବଶୀରଙ୍କ ବଲରେ ଏକ [...]
Odiaରାଞ୍ଚି ଟେଷ୍ଟରେ ବ୍ଯାକଫୁଟରେ ଭାରତ
ରାଞ୍ଚି: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଭାରତ ବ୍ଯାକଫୁଟରେ ରହିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୩୫୩ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ହାତରେ ମାତ୍ର ୩ ଓ୍ବିକେଟ୍ ରହିଥିବା ବେଳେ ଭାରତ ଆହୁରି ୧୩୪ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୩୦ ରନ୍ କରି [...]
Odiaଜୁଲାଇ ୧ରୁ ଲାଗୁ ହବ ତିନି ନୂଆ ଆପରାଧିକ ଆଇନ
ନୂଆଦିଲ୍ଲୀ: ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାର ରୂପରେଖ ସମ୍ପୂର୍ଣ୍ଣ ବଦଳାଇବା ପୂର୍ବକ ସରକାର ଆଣିଥିବା ତିନି ନୂତନ ଆଇନ – ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ତିନି ଆଇନ ଗତ ବର୍ଷ ଡିସେମ୍ବର ୨୧ରେ ସଂସଦରେ ପାସ୍ ହୋଇଥିଲା । ଏହାପରେ ଡିସେମ୍ବର ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ନୂଆ ଫୌଜଦାରୀ ଆଇନକୁ [...]
Odiaମଧ୍ୟାହ୍ନରେ ଅଭିଯୋଗପତ୍ର ଗ୍ରହଣ କଲେ, ସନ୍ଧ୍ୟାରେ ସହାୟତା ଯୋଗାଇଦେଲେ ୫-ଟି ଅଧ୍ୟକ୍ଷ
ଭଞ୍ଜନଗର: ”ଆମେ ସମସ୍ତେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରେରଣା ପାଇଛୁ କାମ କରିବା ପାଇଁ, ଭାଷଣ କମ୍ ଦେବା ପାଇଁ”… ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ଏକ ସଭାରେ ଉଦବୋଧନ ଦେଇ ଏହା କହିଥିଲେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଉ ସେହି ସଭାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାହାର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଧରାକୋଟ ଠାରେ ମଧ୍ୟାହ୍ନରେ କିଛି ଅଭିଯୋଗପତ୍ର ଗ୍ରହଣ କରିଥିଲେ [...]
