Odiaଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ କଂଗ୍ରେସ-ଆପ୍ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ସହ ଗୁଜରାଟ ଓ ହରିୟାଣାରେ ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ୭ଟି ଲୋକସଭା ଆସନ ମଧ୍ୟରୁ ଆପ୍ ୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ କଂଗ୍ରେସ ତିନିଟି ଆସନରେ ଲଢ଼ିବ । [...]
Odiaଏଣିକି ଫୋନ୍ ସ୍କ୍ରିନରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ, ସୁପାରିସ କଲା ଟ୍ରାଇ
ନୂଆଦିଲ୍ଲୀ: ଏଣିକି କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଫୋନ୍ ସ୍କ୍ରିନରେ ଦେଖାଯିବ । ଏହି ସେବା ଆରମ୍ଭ କରିବାକୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ସୁପାରିସ କରିଛି । ଟ୍ରାଇ ଏହାର ସୁପାରିସରେ କହିଛି, ମୋବାଇଲ୍ ଫୋନ୍ ସ୍କ୍ରିନରେ କଲରଙ୍କ ନାମ ପ୍ରଦର୍ଶନ କରିବା ବ୍ୟବସ୍ଥା ‘କଲିଂ ନେମ୍ ପ୍ରେଜେଣ୍ଟେସନ୍’ (ସିଏନ୍ଏପି) ସପ୍ଲିମେଣ୍ଟାରି ସେବା ଅଧୀନରେ ଆରମ୍ଭ କରାଯିବ। ତେବେ ଟେଲିକମ୍ କମ୍ପାନୀ କେବଳ ଗ୍ରାହକଙ୍କ ଅନୁରୋଧ କ୍ରମେ ଏହି ସୁବିଧା ପ୍ରଦାନ କରିବେ। ଏହି [...]
Odiaରାଜ୍ୟରେ ୩୪ଟି ନୂଆ ଏନଏସି ଗଠନ, ଆସ୍କା ଓ ଛତ୍ରପୁର ସମେତ ୫ ଏନ୍ଏସି ହେଲା ମ୍ୟୁନିସିପାଲିଟି
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସି କୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି, ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ବିଭିନ୍ନ ଜିଲ୍ଲା [...]
Odiaମାସେ ଛୁଟିରେ ବିଜୟ ଅମୃତା କୁଲାଙ୍ଗେ, ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିଶନର
ଭୁବନେଶ୍ୱର – ଆଇଏଏସ ରାଜେଶ ପ୍ରଭାକର ପାଟିଲ ଭୁବନେଶ୍ବର ମହାନଗର ନିଗମ – ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ବିଜୟ ଅମୃତା କୁଲାଙ୍ଗେ ମାସେ କାଳ ଛୁଟିରେ ଯାଉଥିବାରୁ ତାଙ୍କ ସ୍ଥାନରେ ପାଟିଲଙ୍କୁ ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ପାଟିଲ ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଫିସର । ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟି ପାଇଁ କଳଳ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା [...]
Odiaଭାରତୀୟ ବଂଶୋଦ୍ଭବ ଡକ୍ଟର ସମୀର ଶାହା ହେଲେ ବିବିସି ଅଧ୍ୟକ୍ଷ
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଡକ୍ଟର ସମୀର ଶାହା ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ କର୍ପୋରେସନ (ବିବିସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତିକୁ ବ୍ରିଟେନ୍ ରାଜା ଚାର୍ଲ୍ସ ତୃତୀୟ ମଞ୍ଜୁରି ଦେଇଛନ୍ତି । ବ୍ରିଟେନରେ ୪୦ ବର୍ଷରୁ ଅଧିକ ସମୟ ଧରି ମିଡିଆ ସେକ୍ଟରରେ କାର୍ଯ୍ୟ କରିଥିବା ଶାହା ଗତ ବର୍ଷ ଡିସେମ୍ବରରେ ସରକାରଙ୍କ ପସନ୍ଦର ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ପ୍ରାକ୍ ଚୟନ ପର୍ଯ୍ୟାୟରେ ହାଉସ ଅଫ୍ କମନ୍ସ ମିଡିଆ ସଂସ୍କୃତି, ମିଡିଆ ଏବଂ [...]
Odiaରାଜ୍ୟର ଅନେକ ସ୍ଥାନରେ ପାରଦ ତଳମୁହାଁ, ମେଘୁଆ ପାଗ ସହ ହାଲୁକା ବର୍ଷା
ଭୁବନେଶ୍ୱର – ରାଜ୍ୟରେ ଗତ କିଛି ଦିନର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ୯ ଜିଲ୍ଲାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ [...]
Odiaସାଇବର ଅପରାଧ ମାମଲାରେ ଭୁବନେଶ୍ୱର ଆସି ଜଣକୁ ଉଠାଇ ନେଲା ଦିଲ୍ଲୀ ପୋଲିସ
ଭୁବନେଶ୍ୱର – ସାଇବର ଠକେଇ ଅଭିଯୋଗରେ ଭୁବନେଶ୍ବର ଆସି ଦିଲ୍ଲୀ ପୋଲିସର ଏକ ଟିମ୍ ଜଣକୁ ଉଠାଇ ନେଇଛି । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଭେରିଫିକେସନ୍ ପାଇଁ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଥିବା ଦିଲ୍ଲୀ ପୋଲିସର ସାଇବର ଟିମ୍ ବମିଖାଲର ଏକ ଆପାର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ [...]
Odiaଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବୃଆରୀ ୨୯ ଯାଏଁ ସ୍ଥଗିତ, ଆଜି କ୍ୟାଣ୍ଡଲ ଶୋଭାଯାତ୍ରା
ଚଣ୍ଡିଗଡ଼: ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ବିକ୍ଷୋଭରତ କୃଷକ ସଂଗଠନ ଗୁଡ଼ିକ ନିଜ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୃଷକ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଫେବୃଆରୀ ୨୯ରେ ନିଷ୍ପତ୍ତି ନିଆଯିବ । ମୃତ ଯୁବ ଚାଷୀ ଶୁଭକରନ ସିଂଙ୍କ ସ୍ମୃତିରେ ବିକ୍ଷୋଭରତ ଚାଷୀ ଆଜି ‘କ୍ୟାଣ୍ଡଲ ଶୋଭାଯାତ୍ରା’ କରିବେ । ଦୁଇ ଦିନ ପରେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ [...]
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ, ପୌରାଣିକ ମତରେ ଶ୍ରୀ ନାରାୟଣ ଆଜିର ଦିନରେ ଗଜକୁ ଉଦ୍ଧାର କରିଥିଲେ

Odiaଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ, ପୌରାଣିକ ମତରେ ଶ୍ରୀ ନାରାୟଣ ଆଜିର ଦିନରେ ଗଜକୁ ଉଦ୍ଧାର କରିଥିଲେ
ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଗଜ କୁ ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ଗଜରାଜ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍କ୍ଷଣାତ ଭକ୍ତଗଜ ଙ୍କୁ ରକ୍ଷାକରିବା ପାଇଁ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୋ ସଂବାଦ ଉଦାର ଜେହି ବିଧି ଭା ଆଗେଂ କହବ। ସୁନହୁ ରାମ ଅବତାର ଚରତି ପରମ ସୁନ୍ ଅନଘ॥ ଭାବାର୍ଥ:- ହେ ପାର୍ବତୀ ! କାକ ଭୁଷୁଣ୍ଡିଙ୍କ ଶ୍ରେଷ୍ଠତ୍ତର ସମ୍ବାଦ ଯେପରି ହୋଇଥିଲା, ମୁଁ ପ୍ରଥମେ ସେହି କଥା ତୁମକୁ କହିବି । ଏବେ ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଅବତାରର ସବୁଠାରୁ ସୁନ୍ଦର, ପବିତ୍ର, ସର୍ବ ପାପ ନାଶକ ଚରିତ୍ର କଥାକୁ ଶୁଣ ।
