Odiaଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ।ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ଅର୍ଥାତ :-ଯାହାକୁ ସନ୍ୟାସ କୁହାଯାଏ,ତାହା ଯୋଗଠାରୁ ଭିନ୍ନ ନୁହେଁ,କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ। ( ଗୀତା ଧ୍ଯାନ ଯୋଗ )
Odiaକଂଗ୍ରେସର ଅଭିଯୋଗ: ଇଡି-ସିବିଆଇ ମାଧ୍ୟମରେ ଚାନ୍ଦା ଆଦାୟ କରୁଛି ବିଜେପି
ନୂଆଦିଲ୍ଲୀ: ଇଡି-ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ଅସ୍ତ୍ର କରି ବିଜେପି ଚାନ୍ଦା ଆଦାୟ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଘରୋଇ କମ୍ପାନୀ ଗୁଡ଼ିକରୁ ଚାନ୍ଦା ଆଦାୟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ଏହି ମାମଲାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି, ତଦନ୍ତକାରୀ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନର ସାମ୍ନା କରିଥିବା ପ୍ରାୟ [...]
Odia୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୬୦ କୋଟି ଟଙ୍କା ବ୍ୟୟର ବିଭିନ୍ନ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିମଧ୍ୟରେ ରହିଛି ବିଭିନ୍ନ ଜିଲ୍ଲାରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକରେ ଟେବୁଲ ଟେନିସ ଏକାଡେମୀ, ରାଉରକେଲାରେ ଜିମ୍ନାଷ୍ଟିକ ଏକାଡେମୀ ଓ ୧୨ଟି ହକି ଟ୍ରେନିଂ ସେଣ୍ଟର । ୧୧ଟି କ୍ରୀଡା ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ୫-ଟି ଉପକ୍ରମରେ ଏସବୁ [...]
Odiaଆନ୍ଦୋଳନରେ ସାମିଲ ଆଉ ଜଣେ ଚାଷୀଙ୍କ ମୃତ୍ୟୁ
ଚଣ୍ଡିଗଡ଼: ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଡେରା ପକାଇଥିବା କୃଷକଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଜଣେ କୃଷକ ନେତା ଏହି ସୂଚନା ଦେଇଛନ୍ତି। କୃଷକ ନେତା ସୌରଭ ସିଂ ପାନ୍ଧେର୍ କହିଛନ୍ତି ଯେ ବଠିଣ୍ଡା ଜିଲ୍ଲାର ଅମରଗଡ ଗାଁର ବାସିନ୍ଦା ଦର୍ଶନ ସିଂ(୬୨)ଙ୍କ ହୃଦଘାତରେ ପରଲୋକ ହୋଇଛି। ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିସାନ୍ ମଜଦୁର [...]
Odiaଆକାଶଦୀପଙ୍କ ଚମତ୍କାର ପଦାର୍ପଣ ପରେ ଇଂଲଣ୍ଡର ପାଳି ସମ୍ଭାଳିଲେ ରୁଟ୍
ରାଞ୍ଚି: ଆକାଶଦୀପଙ୍କ ରୂପରେ ଭାରତ ଜଣେ ସମ୍ଭାବନାପୂର୍ଣ୍ଣ ଦ୍ରୁତ ବୋଲର ପାଇଥିଲେ ମଧ୍ୟ ଜୋ ରୁଟ୍ ଫର୍ମକୁ ଫେରି ଧୈର୍ଯ୍ୟପୂର୍ଣ୍ଣ ଶତକ ସହ ଇଂଲଣ୍ଡକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ରୁଟଙ୍କ ୩୧ତମ ଶତକ ବଳରେ ଇଂଲଣ୍ଡ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ବିପର୍ଯ୍ୟୟରୁ ମୁକୁଳିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟରେ ୩୦୨ ରନ୍ କରିନେଇଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍ ୨୨୬ [...]
Odiaରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ, କଲ୍ୟାଣ ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ
ଭୁବନେଶ୍ୱର – ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ଏଣିକି ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନ ଯନ୍ତ୍ରାଂଶ। ଏ ନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ( ଏମ୍ଓୟୁ ) ସ୍ବାକ୍ଷର କରିଛି କଲ୍ୟାଣ ଷ୍ଟିଲ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ କଲ୍ୟାଣ ଷ୍ଟିଲ ପ୍ରତିଷ୍ଠା କରି ପ୍ରକଳ୍ପ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ [...]
Odiaଗନ୍ଧମାର୍ଦ୍ଦନରେ ମାଓବାଦୀ, ଏସ୍ଓଜିଙ୍କ ଗୁଳିବିନିମୟ
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥୁଲା । ତେବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘଦିନ ହେବ [...]
Odiaଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସକାଳୁ ପୁରୁଣା ଭୁବନେଶ୍ବରରେ ଚାଲିଥିବା ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୫ ନୂଆବର୍ଷ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ କାମ ତ୍ୱରାନ୍ୱିତ କରିବାକୁ ୫-ଟି ଅଧ୍ୟକ୍ଷ ପ୍ରକଳ୍ପ କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ କଷ୍ଟକର ଲାଗୁଥିଲା ମଧ୍ୟ ଏହା ଦାୟିତ୍ୱରେ ଥିବା ଟିମ୍ ସଫଳତାର ସହ ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ବିଶ୍ୱାସ [...]
Odiaସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ପାରିଶ୍ରମିକ ୬,୫୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ। ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ [...]
Odiaହରିୟାଣା ସୀମାରେ ନିହତ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଓ ଭଉଣୀଙ୍କୁ ଚାକିରି ଦେବେ ପଞ୍ଜାବ ସରକାର
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ଖନୌରୀ ସୀମାରେ ନିହତ କୃଷକ ଶୁଭକରନ ସିଂଙ୍କ ପରିବାରକୁ କ୍ଷତିପୂରଣ ସହ ତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ବୁଧବାର ପଞ୍ଜାବ-ହରିୟାଣା ସୀମାରେ ଖନୌରୀରେ ହରିୟାଣା ପୋଲିସ ସହ ସଂଘର୍ଷରେ ବଠିଣ୍ଡାର ଯୁବ ଚାଷୀ କିସାନ ସିଂ (୨୧)ଙ୍କ ମୃତ୍ୟୁ ହୋଇଥିଲା । ଚାଷୀମାନଙ୍କ ସହ ସଂଘର୍ଷରେ ୧୨ ଜଣ ପୋଲିସ ମଧ୍ୟ ଆହତ ହୋଇଥିଲେ। କିଛି ବିକ୍ଷୋଭରତ କୃଷକ ବ୍ୟାରିକେଡ୍ ହଟାଇବାକୁ ଚେଷ୍ଟା କରୁଥିବା ବେଳେ [...]
