Odiaପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକଙ୍କୁ ଡାକିଲେ ସରକାର, ଶାନ୍ତି ବଜାୟ ରଖିବାକୁ କଲେ ଅପିଲ
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଅନ୍ୟ ପ୍ରସଙ୍ଗରେ ପଞ୍ଚମ ରାଉଣ୍ଡ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବୁଧବାର ବିକ୍ଷୋଭରତ ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ଓ ସମାଧାନର ବାଟ ଖୋଜିବା ପାଇଁ ଆଲୋଚନାରେ ଯୋଗଦେବାକୁ କୃଷକମାନଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ । ମୁଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି, ଏମଏସପି ହେଉ ଅବା ଫସଲ ବିବିଧକରଣ, ଆମେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ଆମେ କେବଳ [...]
Odiaଆଇସିସି ଟେଷ୍ଟ ମାନ୍ୟତାର ଟପ୍-୨୦ରେ ଯଶସ୍ୱୀ
ଦୁବାଇ: ଇଂଲଣ୍ଡ ବିପକ୍ଷ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିବା ପରେ ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ୧୪ଟି ସ୍ଥାନ ଲମ୍ଫ ସହ ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି । ସେ ବ୍ୟାଟିଂ ମାନ୍ୟତାରେ ବର୍ତ୍ତମାନ ୧୫ତମ ସ୍ଥାନରେ ଅଛନ୍ତି। ଲଗାତାର ଦୁଇଟି ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୭ କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଥିଲେ ଜୈସୱାଲ । ଏହି ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରମାଗତ ଦୁଇ ଟେଷ୍ଟ ଶତକ [...]
Odiaଭିନ୍ନକ୍ଷମ ଅଭିନୟ କରି ଭିକ୍ଷା ମାଗୁଥିବା ଉତ୍ତରପ୍ରଦେଶର ୪ ବ୍ରହ୍ମପୁରରୁ ଗିରଫ
ବ୍ରହ୍ମପୁର: ସୁସ୍ଥ ସବଳ ଥାଇ ସୁଦ୍ଧା ଭିନ୍ନକ୍ଷମ ଭାବେ ଅଭିନୟ କରି ଭିକ୍ଷା ମାଗୁଥିବା ୪ ଜଣଙ୍କୁ ବୁଧବାର ଗିରଫ କରିଛି ବ୍ରହ୍ମପୁର ପୋଲିସ। ସେମାନେ ଭିନ୍ନକ୍ଷମ, ମୂକ ଓ ବଧିର ଭାବେ ଅଭିନୟ କରି ଲୋକଙ୍କୁ ବଳପୂର୍ବକ ଭିକ୍ଷା ଆକାରରେ ଟଙ୍କା ମାଗୁଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ସେମାନଙ୍କୁ କାବୁ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ସୁଲତାନପୁର ଜିଲ୍ଲା ଅଖଣ୍ଡ ନଗର ଥାନା ଅଞ୍ଚଳର ଅଜୟ କୁମାର (୨୮), ମେରୋ ଫତେଲାଲ୍ (୩୨), [...]
Odiaକଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ଅଖିଳେଶ, କହିଲେ କଂଗ୍ରେସ ସହିତ ମେଣ୍ଟ ହେବ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆସନ ଭାଗବଣ୍ଟା ନେଇ କଂଗ୍ରେସ ସହ କୌଣସି ବିବାଦ ନାହିଁ । ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ । ଏଥିସହ ସେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ମୁରାଦାବାଦରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ନ ହେବା ପ୍ରଶ୍ନରେ ଅଖିଳେଶ [...]
Odiaଭାରତ-ଇଂଲଣ୍ଡ ଟେଷ୍ଟରେ ବ୍ୟାଘାତ ସୃଷ୍ଟି କରିବାକୁ ଆତଙ୍କବାଦୀ ପନ୍ନୁର ଧମକ, ରାଞ୍ଚିରେ ସୁରକ୍ଷା ବଢ଼ିଲା
ରାଞ୍ଚି: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଛି । ପନ୍ନୁର ଧମକ ପରେ ରାଞ୍ଚିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଆତଙ୍କବାଦୀ ଘୋଷିତ ପନ୍ନୁ ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ମାଧ୍ୟମରେ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)କୁ ଅପିଲ କରିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ [...]
Odiaଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ [...]
Odia୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସବୁ ଜିଲ୍ଲାରେ ଗଡିଲା ବସ୍
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ । ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ [...]
ବାରବାଟୀରେ ୫-ଟି ଅଧ୍ୟକ୍ଷ : ଷ୍ଟାଡିୟମର ରୂପାନ୍ତରୀକରଣ ନେଇ ଆଲୋଚନା
କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କଟକ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ -ଓସିଏର ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଭେଟି ରାଜ୍ୟରେ କ୍ରିକେଟର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ଯୋଜନାର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବାରବାଟୀର ରୂପାନ୍ତରୀକରଣ ହେବ [...]
Odiaମାର୍ଚ୍ଚ ୨୨ରୁ ଆଇପିଏଲ୍, ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ହେବ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଲୋକସଭା ନିର୍ବାଚନ ସତ୍ତ୍ୱେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ସାଧାରଣ ନିର୍ବାଚନ ଏପ୍ରିଲ ଏବଂ ମେ ମାସରେ ହେବା ସମ୍ଭାବନା ରହିଛି । ସେଥିପାଇଁ ଆଇପିଏଲର ୧୭ତମ ସିଜନ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଧୁମଲ କହିଛନ୍ତି ଯେ ପ୍ରଥମେ ଏହି ଲିଗର ପ୍ରଥମ ୧୫ ଦିନର [...]
Odiaକିମ୍ବଦନ୍ତୀ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କ ମୃତ୍ୟୁ
ମୁମ୍ବାଇ – ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନୀ ଆଉ ନାହାନ୍ତି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତର ମହାନ ରେଡିଓ ଘୋଷକ । ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି ଅମିନ ସାୟାନୀ ଭାରତ କାହିଁକି, ପୁରା ଉପମହାଦେଶର ଶ୍ରୋତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ହୃଦଘାତରେ ଅମିନ ସାୟାନୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ରାଜିଲ [...]
