Odiaଟ୍ରକ୍-ଟେମ୍ପୋ ଧକ୍କା, ୯ ମୃତ
ଲାଖିସରାଇ (ବିହାର): ବିହାରର ଲଖିସରାଇରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଛନ୍ତି। ଲଖିସରାଇ-ସିକନ୍ଦରା ମୁଖ୍ୟ ରାସ୍ତା କଡ଼ ବିହରୌରା ଗ୍ରାମରେ ଏକ ଟ୍ରକ୍ ଓ ଟେମ୍ପୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଟେମ୍ପୋ ବିପରୀତ ଦିଗରୁ ଆସୁଥିଲା ଏବଂ ଏଥିରେ ୧୫ ଜଣ ଯାତ୍ରୀ ଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ମୁଙ୍ଗେର ବାସିନ୍ଦା ଥିଲେ। ଲଖିସରାଇ ପୋଲିସ ଏସପି [...]
Odiaପ୍ରଖ୍ୟାତ ଆଇନଜୀବୀ ଫଲି ଏସ୍ ନରିମାନଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇନ ବିଶେଷଜ୍ଞ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲି ଏସ୍ ନରିମାନଙ୍କ ବୁଧବାର ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହୃଦ୍ ସମସ୍ୟା ସହ ଅନେକ ରୋଗରେ ପୀଡ଼ିତ ଥିଲେ । ନିଜ ଦୀର୍ଘ ଓ ଗୌରବମୟ କ୍ୟାରିୟରରେ ନରିମାନ ଚର୍ଚ୍ଚିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ମାମଲା ସମେତ ଅନେକ ଐତିହାସିକ ମାମଲା ଲଢ଼ିଥିଲେ । ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଭଙ୍ଗ କରାଯାଇଥିଲା। ନରିମାନ ୧୦ ଜାନୁଆରୀ [...]
Odiaଆଜିଠୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋରଦାର କରିବେ ଚାଷୀ
ନୂଆଦିଲ୍ଲୀ: ଏମଏସପି ପାଇଁ ଆଇନ ଓ ଅନ୍ୟାନ୍ୟ ଦାବିରେ ବିଭିନ୍ନ କୃଷକ ସଂଗଠନ ବୁଧବାର ଠାରୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋରଦାର କରିବେ । ସରକାରଙ୍କ ସହ ଚାରି ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କୃଷକ ସଂଗଠନ ଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି । କଂକ୍ରିଟ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ କୃଷକମାନେ ଜେସିବି ଓ ବୁଲଡୋଜର ଆଣିଥିବା ଜଣାପଡ଼ିଛି । ଏ ଦୃଷ୍ଟିରୁ ଦିଲ୍ଲୀକୁ ଲାଗିଥିବା ପଞ୍ଜାବ ଓ ହରିୟାଣା ସୀମାବର୍ତ୍ତୀ ଅଞ୍ଚଳରେ [...]
Odiaଆଜି ବନକଲାଗି ନୀତି, ଶ୍ରୀମନ୍ଦିରରେ ତିନି ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ – ଆଜି ମାଘ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ୩ ଘଣ୍ଟା ପାଇଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଏହି ନୀତି ପାଇଁ ସଂଧ୍ୟା ୬ରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।
Odia୫-ଟି ଅଧ୍ୟକ୍ଷଙ୍କ ବାରବାଟୀ ଷ୍ଟାଡିୟମ ପରିଦର୍ଶନ
କଟକ – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ କଟକ ଯାଇ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ବାରବାଟୀ ଷ୍ଟାଡିୟମର ନବକଳେବର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବା ପୂର୍ବରୁ ୫-ଟି ଅଧ୍ୟକ୍ଷ ଆଜି ବାରବାଟୀ ଷ୍ଟାଡିୟମ ବୁଲି ଦେଖିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ୫-ଟି ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ଥିଲେ । ଐତିହାସିକ ବାରବାଟୀ ଷ୍ଟାଡିୟମର [...]
Odiaବସକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍ , ୧୦ ବସ୍ ଯାତ୍ରୀ ଗୁରୁତର ଆହତ
ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରକ୍ – ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା। ଭୁବନେଶ୍ୱରରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ଗତ ରାତିରେ ରାଉରକେଲା ଯାଉଥିଲା। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ବସ୍କୁ ମୁହାଁମୁହିଁ ଧକ୍କା [...]
Odiaନିଯୁକ୍ତି ପର୍ବ : ବିଭିନ୍ନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର
ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର । କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବୋରେଟୋରୀ ଟେକ୍ନିସିଆନ, ୮ ଜଣ ଏଏନ୍ଏମ୍, ୯ ଜଣ ଏକ୍ସ-ରେ ଟେକ୍ନିସିଆନ ଓ ୮ ଜଣ ଓ.ଟି ଆସିଷ୍ଟାଣ୍ଟଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବା ୪୮ ଜଣ ହସ୍ତଶିଳ୍ପ ବିକାଶ ଅଧିକାରୀ, [...]
Odiaଆଜି ଗଞ୍ଜାମ ସମେତ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଗଞ୍ଜାମ ଜିଲ୍ଲା ସମେତ ୫ଟି ଜିଲ୍ଲାରେ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ବାଲେଶ୍ଵର, ଜଗତସିଂହପୁରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ । ଆଜିର ଶୁଭାରମ୍ଭ ସହ ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିବ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକଙ୍କ ସହଜ ଓ ସୁଲଭ ଗମନାଗମନ ପାଇଁ ରାଜ୍ୟ ସରକାର ଗତବର୍ଷ ‘ଲୋକେସନ ଆକସେସିବଲ୍ ମଲ୍ଟି [...]
ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ଉଦଯାପିତ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ୫ ଦିନିଆ ପୂର୍ବାଞ୍ଚଳ ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ମଙ୍ଗଳବାର ଉଦଯାପିତ ହୋଇଛି। ଏହି ୩୭ତମ ୟୁଥ୍ ଫେଷ୍ଟିଭାଲରେ ପଶ୍ଚିମବଙ୍ଗର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଦଳଗତ ଶ୍ରେଷ୍ଠ ବିଜେତା ହୋଇଛି। ବିହାରସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ଦ୍ବିତୀୟ, ଓଡ଼ିଶାର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତୃତୀୟ, ଏନ୍.ବି.ଏମ୍. ବିଶ୍ଵବିଦ୍ୟାଳୟ ଚତୁର୍ଥ, ବିନୋବା ଭାବେ ବିଶ୍ଵବିଦ୍ୟାଳୟ ପଞ୍ଚମ ସ୍ଥାନ ହାସଲ କରିଛି। ଉଦଯାପନୀ ସଭା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି [...]
ନୂଆ ଓଡ଼ିଶା ବିଶ୍ଵ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଉଦ୍ଯାପିତ : ଦ୍ରୁତ ଅଭିବୃଦ୍ଧି , ନିବେଶ , ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଆଲୋଚନା
ଭୁବନେଶ୍ୱର – ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି । ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ [...]
