Odiaରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ କକ୍ଷ ଉଦଘାଟିତ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ଉଦଘାଟନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍ ଏହି ସେଲର ଉଦଘାଟନ କରିଛନ୍ତି l ଏହା ଉନ୍ନତ ଜଳ ଗୁଣବତ୍ତା ମନିଟରିଂ ଏବଂ ନୀରିକ୍ଷଣକୁ ସୁଗମ କରିବ । ଏହାସହ ରାଜ୍ୟର ସବୁ ସହରରେ ଜଳଉତ୍ସଠୁ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ବିଶୁଦ୍ଧ [...]
Odiaକୋହଲି ପୁଣି ବାପା ହେଲେ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଅନୁଷ୍କା
ନୂଆଦିଲ୍ଲୀ: ଭାରତୀୟ ସୁପରଷ୍ଟାର କ୍ରିକେଟର୍ ବିରାଟ କୋହଲି ପୁଣିଥରେ ବାପା ହୋଇଛନ୍ତି । ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଫେବୃଆରୀ ୧୫ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କୋହଲି ମଙ୍ଗଳବାର (ଫେବୃଆରୀ ୨୦) ସୋସିଆଲ ମିଡ଼ିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ସେଲିବ୍ରିଟି ଦମ୍ପତି ନିଜ ପୁଅର ନାମ ‘ଅକାୟ’ ରଖିଛନ୍ତି। ପୂର୍ବରୁ କୋହଲି-ଅନୁଷ୍କାଙ୍କ ଏକ ଝିଅ ଅଛି, ଯାହାର ନାଁ ବାମିକା | ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଚଳିତ [...]
Odiaସିକିମ ସ୍ୱତ୍ୱ ଚାଷୀଙ୍କ ବହୁବର୍ଷର ସମସ୍ୟାର ସମାଧାନ: ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ, ପ୍ରଥମ ଦିନରେ ୧୦ ହଜାର ହିତାଧିକାରୀଙ୍କୁ ମିଳିଲା ପଟ୍ଟା
ଭୁବନେଶ୍ବର – ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା [...]
ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ
ଭୁବନେଶ୍ୱର – ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଭେଟିଛନ୍ତି ଦୁଇ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ। କଟକ -ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡିର ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। [...]
Odiaଲୋକାର୍ପଣ ପୂର୍ବରୁ ଜାତୀୟ ପୁରସ୍କାର ହାସଲ କଲା ଗଙ୍ଗାଧର ସେଚ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ କୃତଜ୍ଞତା
ବରଗଡ: ଆଜି ବହୁ ପ୍ରତୀକ୍ଷିତ ଗଙ୍ଗାଧର ସେଚ ପ୍ରକଳ୍ପର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ପ୍ରକଳ୍ପ ଲୋକାର୍ପଣ ହେବା ପରେ ହୀରାକୁଦ ସେଚାଞ୍ଚଳ ଆହୁରି ସଂପ୍ରସାରିତ ହୋଇଛି। ତେବେ, ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଏହି ପ୍ରକଳ୍ପ ଦେଶର ସର୍ବବୃହତ ପାଇପ ଲାଇନ ଜଳସେଚନ ପ୍ରକଳ୍ପ ହୋଇଥିବା ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ କଥା ହେଲା ଯେ, ଲୋକାର୍ପଣ ପୂର୍ବରୁ ଏହି ପ୍ରକଳ୍ପକୁ ଶ୍ରେଷ୍ଠ ଜ୍ଞାନକୌଶଳ ଯୁକ୍ତ ଭିତ୍ତିଭୂମି [...]
Odiaବସନ୍ତରେ ଗ୍ରୀଷ୍ମ ତାତି : ୩୭ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ, ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ
ଭୁବନେଶ୍ବର – ରାଜ୍ୟରେ ଦିନର ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ମାଘରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୫ଟି ସହରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଦିନ ୨ଟା [...]
ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ବର – ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ ଆରସିଏମ ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସ୍ବର୍ଗତ ସୁଜ୍ଞାନ ଦେଓ ଗଞ୍ଜାମର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଅନେକ ଦଶକ ଧରି [...]
Odiaପୁରୀ -କୋଣାର୍କ ରେଳ ଲାଇନକୁ କେନ୍ଦ୍ରର ମଞ୍ଜୁରୀ, ଚାଲିବ ଭିଷ୍ଟାଡୋମ୍ ଟ୍ରେନ
ଭୁବନେଶ୍ୱର – ପୁରୀରୁ କୋଣାର୍କ ଯାଏଁ ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ପୁରୀ -କୋଣାର୍କ ନୂଆ ରେଳ ଲାଇନ୍ ନିର୍ମାଣ ହେଲେ ସେଥିରେ ଭିଷ୍ଟାଡୋମ୍ ଟ୍ରେନ ଚଳାଚଳ କରାଯିବ । ଏଭଳି ଟ୍ରେନର ବଗିର ଉଭୟ ପାର୍ଶ୍ଵ ଓ ଛାତ କାଚରେ ନିର୍ମିତ ହୋଇଥିବାରୁ ପର୍ଯ୍ୟଟକମାନେ ଟ୍ରେନ [...]
Odiaସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ଲକ୍ଷ୍ନୌ: ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ସେ ବିଧାନ ପରିଷଦର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ‘ଏକ୍ସ’ରେ ତାଙ୍କ ଇସ୍ତଫା ପତ୍ର ସେୟାର କରି କହିଛନ୍ତି, “ମୁଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବରେ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲି । ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବାରୁ ମୁଁ ନୈତିକତା ଆଧାରରେ ବିଧାନ ପରିଷଦର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି। ” ନିକଟରେ ସେ [...]
Odiaବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
ବ୍ରହ୍ମପୁର – ଲୋକାର୍ପିତ ହୋଇଛି ଆଇଜରର ସ୍ଥାୟୀ କ୍ୟାମ୍ପସ୍ । ରଙ୍ଗେଇଲୁଣ୍ଡା ବ୍ଲକ ଲଉଡିଗାଁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜ୍ୟୁକେସନ ଆଣ୍ଡ ରିସର୍ଚ୍ଚ -ଆଇଜରର ସ୍ଥାୟୀ କ୍ୟାମ୍ପସର ଆଭାସୀ ଜରିଆରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬-୧୭ ଶିକ୍ଷାବର୍ଷରୁ ଆଇଜରର ପାଠପଢା ବ୍ରହ୍ମପୁର ଆଇଟିଆଇ କ୍ୟାମ୍ପସରେ ହେଉଥିଲା । ଏବେ ଏହାର ସ୍ଥାୟୀ କ୍ୟାମ୍ପସ ହୋଇଛି । ଏଥିରେ ଏକାଡେମିକ କୋଠା, ଛାତ୍ରାବାସ, କ୍ୟାଣ୍ଟିନ, ଭୋଜନ ଗୃହ, ଗୋଷ୍ଠୀ କେନ୍ଦ୍ର, ଚିକିତ୍ସାଳୟ, ଅଧ୍ୟାପକ ଓ [...]
