Odiaସୋନିଆ ଗାନ୍ଧୀ ରାଜସ୍ଥାନରୁ ନିର୍ଦ୍ଵନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ନିର୍ଦ୍ଵନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନରୁ ସୋନିଆଙ୍କ ସହ ଦୁଇ ବିଜେପି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ଦୁଇ ବିଜେପି ପ୍ରାର୍ଥୀ ହେଲେ ଚୁନି ଲାଲ ଗରାସିୟା ଓ ମଦନ ରାଠୋଡ । ବିଜେପିର ଏହି ଦୁଇ ପ୍ରାର୍ଥୀ ମଧ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ପରେ ଗାନ୍ଧୀ ପରିବାରର ଦ୍ବିତୀୟ ସଦସ୍ୟ [...]
Odiaଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କଲେ ସୁପ୍ରିମକୋର୍ଟ, ରିଟର୍ଣ୍ଣିଂ ଅଫିସରଙ୍କୁ ଅଦାଲତ ଅବମାନନା ନୋଟିସ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ପୂର୍ବ ଫଳାଫଳକୁ ରଦ୍ଦ କରିଛନ୍ତି । ଏହାଛଡ଼ା କୋର୍ଟଙ୍କୁ ମିଛ କହିଥିବାରୁ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତିି ସୁପ୍ରିମକୋର୍ଟ । ଚଣ୍ଡିଗଡ଼ ମେୟର ନିର୍ବାଚନ ପରିଚାଳନା କରିଥିବା ମସିହ ଆପ୍-କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ପଡ଼ିଥିବା ୮ଟି ଭୋଟକୁ ଜାଣିଶୁଣି ନାକଚ କରିଥିବା ଅଭିଯୋଗ ହୋଇଥିଲା [...]
Odiaଚଣ୍ଡିଗଡ ମେୟର ନିର୍ବାଚନ: ପୁନଃ ଗଣତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୮ ଅବୈଧ ଭୋଟ୍ ବୈଧ ଧରାଯିବ
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଛନ୍ତି। ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପୁନଃ ଭୋଟ୍ ଗଣତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଟର୍ଣ୍ଣିଂ ଅଫିସର ମସିହ ଯେଉଁ ୮ ଖଣ୍ଡ ଭୋଟକୁ ବିକୃତ କରି ଅବୈଧ ଘୋଷଣା କରିଥିଲେ, ତାହା ବୈଧ ଧରାଯିବ । ସେହି ୮ ଭୋଟକୁ ମିଶାଇ ପୁନଃ ଗଣନା କରାଯିବ । ଏହାପରେ ଫଳାଫଳ ଘୋଷଣା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି [...]
Odiaରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ ଓ ଅଶ୍ୱିନୀ
ଭୁବନେଶ୍ବର – ରାଜ୍ୟସଭା ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ତିନି ଜଣ ପ୍ରାର୍ଥୀ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟସୀମା ଶେଷ ହେଲା ପରେ ଶାସକ ବିଜେଡିର ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ସେମାନଙ୍କ ବିପକ୍ଷରେ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଖାଲି ହେଉଥିବା ଓଡ଼ିଶାର ତିନିଟି ରାଜ୍ଯସଭା ଆସନ [...]
Odia୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ ଲାଗୁ
ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲାର ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ବଳରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ସେମାନେ ହେଲେ ପୋଲିସ ଓ୍ବାଣ୍ଟେଡ୍ ତାଲିକାରେ ଥିବା ଆସିକା ଥାନା ଅନ୍ତର୍ଗତ ନୂଆଗାଁର ସୁନିଲ ନାୟକ (ସୁଲତାନ ବା ଟିଟୁ), ପୋଲସରା ଥାନା ଅନ୍ତର୍ଗତ ପାଟଣାପଦରର ଯଜ୍ଞ ପ୍ରଧାନ ଓ ବଡ଼ଗଡ଼ ଥାନା ଗଙ୍ଗାପୁର ଗାଁର ଗୁରୁ ପ୍ରସାଦ ସ୍ୱାଇଁ। ତିନି ଜଣଙ୍କୁ ପୋଲିସ ଏନ୍ଏସ୍ଏ ବଳରେ ଗିରଫ କରି କୋର୍ଟଚାଲାଣ [...]
ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଲାଉଡିଗାଁ ଠାରେ ଥିବା ବ୍ରହ୍ମପୁର ଆଇଜର୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ) ସ୍ଥାୟୀ କ୍ୟାମ୍ପସ୍ ଆଜି ଲୋକାର୍ପିତ କରାଯାଇଛି। ୫୦୦ ଏକର ବିସ୍ତୃତ ଅଞ୍ଚଳରେ ୧୨୩୦ କୋଟି ଟଙ୍କାରେ ଏହି ପରିସର ନିର୍ମାଣ କରାଯାଇଛି। ୨୦୧୯ ସେପ୍ଟେମ୍ବର ୫ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ମଧ୍ୟରେ ଏକାଡେମିକ୍ କୋଠା, ହଷ୍ଟେଲ୍, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ, କ୍ୟାଣ୍ଟିନ୍, ଡାଇନିଂ ହଲ୍ [...]
Odiaରାଜଧାନୀରେ ଡରାଇଲାଣି ତାତି, ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର – ମାଘ ଯାଇନି, କିନ୍ତୁ ରାଜ୍ୟରେ ଏବେ ଗ୍ରୀଷ୍ମ ଋତୁ ଭଳି ଅନୁଭବ ହେଉଛି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱର ରେ ଆଜି ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଗତକାଲି ସମାନ ସମୟରେ ରେକର୍ଡ କରାଯାଇଥିବା ତାପମାତ୍ରାଠୁ ଅଧିକ । ଗତକାଲି ଦିନ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା [...]
Odiaଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଅଭିଯୋଗରେ ଦାୟର ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ
ସୁଲତାନପୁର (ୟୁପି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ଦାୟର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁର ଜିଲ୍ଲାର ଏମପି-ଏମ୍ଏଲ୍ଏ କୋର୍ଟରେ ହାଜର ହୋଇଛନ୍ତି । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ତାଙ୍କ ପୂର୍ବତନ ସଂସଦୀୟ ନିର୍ବାଚନମଣ୍ଡଳୀ ଆମେଠିରେ ସୋମବାର କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ପହଞ୍ଚିଥିଲା । ସେ ଏଠାରେ ରାତ୍ରିଯାପନ କରିବା ପରେ ମାନହାନି ମାମଲାରେ ଆଜି ସୁଲତାନପୁର ଏମପି-ଏମ୍ଏଲ୍ଏ କୋର୍ଟରେ [...]
Odiaବରଗଡ ଜିଲ୍ଲାରେ ୬୨ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ,୨୧ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର : ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଲୋକାର୍ପଣ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି। ଉଦ୍ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ [...]
Odiaବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ପ୍ରଥମେ ଜିଲ୍ଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ପ୍ରଥମେ ଗଙ୍ଗାଧର ପ୍ରକଳ୍ପର ମଡେଲ ସ୍ଥଳକୁ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ କନାପାଲି ସଭାସ୍ଥଳରୁ ୧୮୦୬.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ତିନି ପ୍ରକଳ୍ପ ଗଙ୍ଗାଧର ମେହେର ଜଳସେଚନ , ବରଗଡ଼ କ୍ୟାନସର [...]
