Odiaମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର, ବିରୋଧୀ ଦଳକୁ ଟାର୍ଗେଟ
ଭୁବନେଶ୍ୱର- ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମୟୂରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ନିର୍ବାଚନ ପ୍ରଚାର କରି ବିରୋଧୀ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ସେ କହିଲେ ଯେ, ବହୁତ ନେତା ଅଛନ୍ତି, କେବଳ ନିର୍ବାଚନ ଆସିଲେ ସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଲୋକଙ୍କ ପାଖକୁ ଆସନ୍ତି, ବହୁତ ପ୍ରତିଶ୍ରୁତି ଦିଅନ୍ତି, ଆପଣମାନେ ସେମାନଙ୍କୁ ଜାଣି ରଖନ୍ତୁ ବୋଲି ସେ କହିଥିଲେ [...]
Odiaଭୋଟ ଗଣତି ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ସମେତ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସରିଥିଲା। ଏବେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇ ରହିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ମୋହନା ଓ ପାରଳାଖେମୁଣ୍ଡିର [...]
ପଶ୍ଚିମ ଓଡିଶା ପାଲଟିଲା ତତଲା କଢ଼େଇ : ୪୬. ୩ ଡିଗ୍ରୀ ସହ ବଲାଙ୍ଗୀର ଉତ୍ତପ୍ତ ସହର, ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଅଧିକ
ଭୁବନେଶ୍ୱର – ରାଜ୍ୟରେ ପୁଣି ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣା । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହୋଇଛି। ଆଜି ଚାରି ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା [...]
Odiaନିମାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀଙ୍କ ‘ସ୍ୱାସ୍ଥ୍ୟାବସ୍ଥା’ ମନ୍ତବ୍ୟର ଜବାବ ରଖିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡ଼ା ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ନିମାପଡ଼ାରେ ଏକ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ। ରୋଡ୍ ଶୋ’ରେ ହଜାର ହଜାର ସମର୍ଥକ ସାମିଲ ହୋଇ ନବୀନଙ୍କୁ ସ୍ୱାଗତ କରିଛନ୍ତି ।
Odiaମୋ’ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ପ୍ରଧାନମନ୍ତ୍ରୀ ମୋତେ ଫୋନଟେ କରିଥିଲେ ଭଲ ହୁଅନ୍ତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ନିଜର ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ଏକ ଜନସଭାରେ ଦେଇଥିବା ମନ୍ତବ୍ୟର ଅବିଚଳିତ ଏବଂ ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗୁଜବରେ ବିଶ୍ୱାସ କରି ମୋ’ ସ୍ୱାସ୍ଥ୍ୟ ସମ୍ପର୍କରେ ଟିପ୍ପଣୀ କରିଛନ୍ତି। ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ନେଇ ଏକ ଯାଞ୍ଚ କମିଟି ଗଠନ କରିବେ ବୋଲି କହିଛନ୍ତି। ଯଦି ସେ ତାଙ୍କ ସ୍ୱାସ୍ଥ୍ୟ [...]
Odiaନୂଆ ଫୌଜଦାରୀ ଆଇନର ନାମ ହିନ୍ଦୀ, ସଂସ୍କୃତରେ ରଖିବା ବିରୋଧରେ ଜନସ୍ବାର୍ଥ ମାମଲା
କୋଚି: ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ବିଲ୍ ଗୁଡ଼ିକର ନାମକରଣ କରିବାର ଅଧିକାର ସଂସଦର ନାହିଁ ବୋଲି ଦାବି କରି କେରଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଜଣେ ଓକିଲଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ତିନି ନୂଆ ଫୌଜଦାରୀ ଆଇନ – ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ର ନାମ ଇଂରାଜୀରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ [...]
ମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ

Odiaମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ
ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସୂତ୍ର ମୁତାବକ, ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ୩୩ ବର୍ଷୀୟ ନାତି ପ୍ରଜ୍ବଳ ରେଭନ୍ନା ମେ ୩୧ରେ ବେଙ୍ଗାଲୁରୁରେ [...]
Odiaଯଶୀପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ, ଦେଲେ ମୁଖ୍ୟମନ୍ତ୍ରୀ କରିଥିବା ବିକାଶର ହିସାବ
ଯଶୀପୁର – ଯଶୀପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ବହୁତ ନେତା ଅଛନ୍ତି ଯେଉଁମାନଙ୍କୁ ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଆସିବେ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ସବୁବେଳେ ଲୋକଙ୍କ ପାଖକୁ ଆସୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ଛଡ଼ା ଆଉ କେହି [...]
Odiaଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗ୍ରୀଷ୍ମ ତାପର ମୁକାବିଲା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଖରାରେ ଅଂଶୁଘାତ ଭଳି ସମସ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ପ୍ରସାର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମତାପ ଜନିତ ସମସ୍ୟାର [...]
Odiaବ୍ରିଜ ଭୂଷଣଙ୍କ ପୁଅଙ୍କ କନଭୟରେ ଯାଉଥିବା ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ [...]
