Odiaନିମାପଡ଼ାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜେଡି ପାଇଁ ନିମାପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିମାପଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର ।ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ ବୋଲି ପାଣ୍ଡିଆନ କହିଥିଲେ। ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି [...]
Odiaକୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ବନ୍ଧୁ ହିଁ ଦେଇଥିଲେ ୫ କୋଟି ଟଙ୍କାର ସୁପାରି
କୋଲକାତା: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା ପାଇଁ ତାଙ୍କର ଜଣେ ବନ୍ଧୁ ହିଁ ୫ କୋଟିର ସୁପାରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଗୁରୁବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମେ ୧୩ରୁ ନିଖୋଜ ଥିବା ଅନାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବୁଧବାର କୋଲକାତାର ଏକ ଫ୍ଲାଟ୍ ରୁ ମିଳିଥିଲା। ଅନାରଙ୍କୁ ହତ୍ୟା କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ଅଭିଯୋଗ କରିଛନ୍ତିି । ଏହି ମାମଲାରେ ଏଯାବତ୍ [...]
Odiaନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ପୂର୍ବତନ ଜେଇଙ୍କୁ ଜେଲ୍
ଭୁବନେଶ୍ୱର – ନୟାଗଡ଼ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ପୂର୍ବତନ ବୈଷୟିକ ଉପଦେଷ୍ଟା ( ଜେଇ) ରବିନାରାୟଣ ବରାଡ ଏକ ଲାଞ୍ଚ ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଲାଞ୍ଚ ମାମଲାରେ ରବିନାରାୟଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ କୋର୍ଟ ରବିନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ [...]
Odiaନିଆଳିରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ ସବୁ ପ୍ରଶ୍ନର ଉତ୍ତର କେବଳ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନିଆଳିରେ ପ୍ରଚାର କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ତାହା ହେଉଛି ନବୀନ ପଟ୍ଟନାୟକ । ସଭାରେ ଉପସ୍ଥିତ ଲୋକଙ୍କୁ ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି [...]
Odiaସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ବର – ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଆଗାମୀ ୨୫ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ୨୬ ତାରିଖ ସନ୍ଧ୍ୟା ଏହା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ପରେ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା [...]
ବିଶ୍ୱ ଯୁବ ଭାରୋତ୍ତୋଳନରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରୀତିସ୍ମିତା , ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ପେରୁ ରାଜଧାନୀ ଲିମାରେ ଚାଲିଥିବା ଆଇଡବ୍ଲୁଏଫ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଶା ଝିଅ ପ୍ରୀତିସ୍ମିତା ଭୋଇ । ୧୫ ବର୍ଷିୟା ପ୍ରୀତିସ୍ମିତା ମହିଳା ୪୦ କିଲୋଗ୍ରାମ ବର୍ଗର କ୍ଲିନ ଆଣ୍ଡ ଜର୍କରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରୀତିସ୍ମିତା । ସେ ୭୬ କିଲୋଗ୍ରାମ ଓଜନ ଭାର ଉଠାଇଥିଲେ । ପୂର୍ବର ବିଶ୍ୱ ରେକର୍ଡ ଥିଲା ୭୫ କିଲୋଗ୍ରାମ। ଏହି ବର୍ଗରେ ଓଡ଼ିଶାର [...]
Odiaତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର, ୧୦ ହଜାର ୫୫୧ ମତଦାନ କେନ୍ଦ୍ର : ସିଇଓ
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ମୋଟ ୯୪.୪୮ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨.୫ ପ୍ରତିଶତ ମତଦାତା ପ୍ରଥମ ଥର [...]
Odiaଅଶ୍ଳୀଳ ଭିଡିଓ ମାମଲାରେ ପୁଣି ମୋଦୀଙ୍କୁ ଚିଠି ଲେଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ ଦାବି
ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବା ସହ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ପ୍ରଜ୍ବଳ ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଏପ୍ରିଲ [...]
Odiaଦିଗପହଣ୍ଡି: ଦୁଇ ଜଣଙ୍କୁ ବଞ୍ଚାଇଲେ, ହେଲେ ନିଜେ ବଞ୍ଚି ପାରିଲେନି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ଏହି ବ୍ଲକ୍ ଅନ୍ତର୍ଗତ ଗଣିଆନାଳ ଗାଁରେ କୂଅ ସଫା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ କୂଅ ସଫା କରିବା ପାଇଁ ଦୁଇ ଜଣ ଶ୍ରମିକ ଆଜି ସକାଳେ କୂଅ ଭିତରକୁ ଯାଇଥିଲେ। ହେଲେ ପ୍ରବଳ ଗୁଳୁଗୁଳି ସହ ଅମ୍ଳଜାନ ଅଭାବରୁ ଦୁହେଁ କୂଅ ଭିତରେ ଅଣନିଃଶ୍ବାସୀ ହୋଇ ସହାୟତା ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ଯୁବକ ଜଣକ ସେମାନଙ୍କୁ [...]
Odiaବିଜେଡିକୁ ଫେରିଲେ ଜ୍ୟୋତି : ବାଲେଶ୍ଵର ଜିଲ୍ଲା ସଭାପତି ନିଯୁକ୍ତ, ଅଶ୍ୱିନୀ ପାତ୍ର ବରିଷ୍ଠ ସାଧାରଣ ସମ୍ପାଦକ
ଭୁବନେଶ୍ୱର – ବିଜେଡି ଛାଡ଼ିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣି ଦଳକୁ ଫେରିଛନ୍ତି । ଆଉ ତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହାଛଡା ଅଶ୍ୱିନୀ କୁମାର ପାତ୍ରଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏସବୁ ନୂଆ ନିଯୁକ୍ତି ନେଇ ପ୍ରେସ ରିଲିଜ ଜରିଆରେ ଦଳ ପକ୍ଷରୁ [...]
