Odiaଆରସିବିର ଟ୍ରଫି ସ୍ବପ୍ନ ପୁଣି ଅଧୁରା, ରାଜସ୍ଥାନ-ସନରାଇଜର୍ସ ଦ୍ବିତୀୟ କ୍ବାଲିଫାୟର
ଅହମ୍ମଦାବାଦ: ରାଜସ୍ଥାନ ରୟାଲ୍ସ ବୁଧବାର ଏଠାରେ ଆଇପିଏଲ୍ ଏଲିମିନେଟର ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ୱିକେଟରେ ହରାଇ ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି। ମେ ୨୪ରେ ଚେନ୍ନାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ବାଲିଫାୟରରେ ରାଜସ୍ଥାନର ମୁକିବିଲା ସନରାଇଜର୍ସ ହାଇଦ୍ରାବାଦ ସହ ହେବ। ଅନ୍ୟପକ୍ଷରେ ଏଲିମିନେଟରରେ ହାରି ଆରସିବି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଦଳର ଟ୍ରଫି ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ [...]
Odiaବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, କାଲି ସକାଳ ସୁଦ୍ଧା ଅବପାତ
ଭୁବନେଶ୍ୱର – ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ପର୍ଯ୍ୟବେକ୍ଷଣ ଅନୁଯାୟୀ ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି l ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଆହୁରି ଘନୀଭୂତ [...]
Odiaକଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ଆଜି ପୁନଃ ମତଦାନ
ଫୁଲବାଣୀ – ଆଜି କନ୍ଧମାଳ ଲୋକସଭା ଆସନର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥରେ ସାନି ମତଦାନ କରାଯାଉଛି। ବୁଥ୍ ନମ୍ବର ୨୬ ଓ ୨୮ ତାରିଖରେ ଆଜି ପୁନଃ ମତଦାନ ହେଉଛି । ଗତ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ଦୁଇଟି ବୁଥରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିବା। ବୁଥ୍ ଦଖଲ ଅଭିଯୋଗ ମଧ୍ୟ ଆସିଥିଲା । ତେଣୁ ଏହି ଦୁଇ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ [...]
Odiaରାଜ୍ୟରେ ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର; ୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଜି ଶେଷ ଥର ପାଇଁ ପ୍ରୟାସ କରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ବି ହାଇଭୋଲଟେଜ ପ୍ରଚାର କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହି ପର୍ଯ୍ୟାୟରେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଗୀତା ଉପଦେଶ: ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ କହିଛନ୍ତି- ଜ୍ଞାନଯଜ୍ଞେ,ନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ। ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋମୁଖମ୍। ଅର୍ଥାତ ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି।
Odiaଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି
ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥିଲେ। ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୋଇଥିଲା। ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥିଲେ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ପରେ [...]
Odiaରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ମେଗା ରୋଡ୍ ଶୋ’
ଭୁବନେଶ୍ୱର – ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ମେଗା ରୋଡ୍ ଶୋ’। ରାଜଧାନୀରେ ଗତ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ତୃତୀୟ ଥର ପାଇଁ ରୋଡ୍ ଶୋ’ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ସ୍ୱତନ୍ତ୍ର ଭାବେ ଡିଜାଇନ୍ କରଯାଇଥିବା ବସ୍ ରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିଥିଲେ । ଶୈଳଶ୍ରୀ ପେଟ୍ରୋଲ ପମ୍ପ ଛକ, ଜାଭିୟର ଛକ, ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ [...]
Odiaପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ
ପୁଣେ: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୁଭେନାଇଲ ବୋର୍ଡ ବୁଧବାର ଅଭିଯୁକ୍ତ ନାବାଳକର ଜାମିନ ରଦ୍ଦ କରିଛନ୍ତିି । ତାକୁ ଜୁନ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ । ରବିବାର ରାତିରେ ନାବାଳକ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ଲଗଜରୀ ପୋର୍ସ କାର୍ ଚଳାଇ ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ବେଳେ [...]
Odiaଅନ୍ତରୀଣ ଜାମିନରେ ଜେଲରୁ ଆସିଲେ ନାରାୟଣ ରେଡ୍ଡୀ
ବ୍ରହ୍ମପୁର – ଏକ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜାମିନ ପାଇବା ପରେ ୧୦ ମାସ ପରେ ବ୍ରହ୍ମପୁର ଜେଲ୍ରୁ ବାହାରିଛନ୍ତି ସିପିଆଇ ନେତା । ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ହତ୍ୟା ମାମଲାରେ ଗତ ବର୍ଷ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ୧୯୯୮ [...]
