ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଜୟ କୁମାର ସାହୁଙ୍କ ରବିବାର ସକାଳେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଏଣୁ ଭୁବନେଶ୍ୱରରେ ବଡ଼ ପୁଅ ଘରେ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୭-୧୦ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଦାୟିତ୍ବ ନିର୍ବାହ କରିଥିଲେ। ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର୍ ଭାବେ ସେ କାର୍ଯ୍ୟନିର୍ବାହ କରିବା ସହ ଏହା ପୂର୍ବରୁ ମଧ୍ୟ ହଷ୍ଟେଲ୍ ଓ୍ବାର୍ଡନ୍, ପିଜି କାଉନସିଲ ଅଧ୍ୟକ୍ଷ ଆଦି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେ ମୂଳତଃ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହି ଆସୁଥିଲେ।
Comments are closed.