ଆଜି ବିଜେଡି ଇସ୍ତାହାର କମିଟିର ବୈଠକ

ଭୁବନେଶ୍ୱର – ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଦଳ ପକ୍ଷରୁ ଗଠନ କରାଯାଇଥିବା ଇସ୍ତାହାର କମିଟିର ବୈଠକ ଆଜି ବସିବ । ଭୁବନେଶ୍ବର ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିବ ଇସ୍ତାହାର କମିଟିର ପ୍ରଥମ ବୈଠକ । ଇସ୍ତାହାର ପାଇଁ ୩୮ ଜଣିଆ କମିଟି ଗଠନ କରିଛି ବିଜେଡି । କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଅଛନ୍ତି।

Comments are closed.