ସଫଳତାର ସହ ଚାଲିଛି କୋଭିଡ ଟିକାକରଣ, ୪୫ ଦିନରେ ୧୦ ଲକ୍ଷ ଡୋଜ୍, କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର –ରାଜ୍ୟରେ କୋଭିଡ ଟିକାକରଣ ସୁରୁଖୁରୁରେ ଚାଲିଛି । କୋଭିଡ ଟିକାକରଣରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି । ମାତ୍ର ୪୫ ଦିନରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଡୋଜ୍ ଟିକା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଇଛି ।…