ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର -ରାୟଗଡ଼ା ହୋଟେଲରେ ଦୁଇ ରୁଷୀୟ ନାଗରିକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ। ଡିଏସପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ୪ ଜଣିଆ ଟିମର ନେତ୍ୱତ୍ୱ ନେବେ । ନୂଆ ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍ଆଇ ଏବଂ ଜଣେ ଏଏସ୍‌ଆଇଙ୍କୁ ରଖାଯାଇଛି। ଟିମରେ ୨ ଜଣ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯାଇଛି। ଏହି ଟିମ୍ ରାୟଗଡ଼ା ଯାଇ ତଦନ୍ତ କରିବ ।

ଦୁଇ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚର ଉଦ୍ୟମ ଜାରି ରହିଛି। ଉଭୟ ମୃତକଙ୍କ ମେଡିକାଲ ରେକର୍ଡ ପାଇବାକୁ ଉଦ୍ୟମ କରାଯାଉଛି। ଅନ୍ୟ ଦୁଇ ଋଷୀୟ ନାଗରିକ ପାନାସେଙ୍କୋ ନାଟାଲିଆ ଓ ଟୁରୋଭ ମିଖାଇଲଙ୍କୁ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସେମାନେ ଦେଇଥିବା ତଥ୍ୟ ଯାଞ୍ଚ କରିବ ନୂଆ ଟିମ ।

Comments are closed.