ସନ୍ଦିଗ୍ଧ ପାରାକୁ ଫରେନସିକ ଲ୍ୟାବ ପଠାଗଲା

କଟକ- ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯିବା ପରେ ଏଠାରୁ ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ନିଆଯାଇଥିବା ଜଣାଯାଇଛି। କଟକ କ୍ରାଇମବ୍ରାଞ୍ଚ ପାଇଜନ ସର୍ଭିସର ଏକ ଟିମ୍ ମଧ୍ୟ ଫରେନ୍ସିକ ଲ୍ୟାବକୁ ଯାଇଛି। ପାରାଦେହରେ ଲାଗିଥିବା ଚିପ, କ୍ୟାମେରା, ଚିଠି ଜବତ କରିବା ପରେ ପାଇଜନ ସର୍ଭିସକୁ ପାରା ହସ୍ତାନ୍ତର କରାଯିବ।

ସମୁଦ୍ର ମଝିରୁ ସନ୍ଦିଗ୍ଧ ଗୁପ୍ତଚର ପାରା ଉଦ୍ଧାର କରାଯାଇଥିଲା। ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ଲାଗିଥିଲା । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ କିଛି ଲେଖାଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସନ୍ଦେହ ଦେଖା ଦେଇଛି।

Comments are closed.