ଆଜିଠୁ ରାଜ୍ୟରେ ଓଡ଼ିଶା ପରିବହନ ଶ୍ରମିକ ସଂଘର ଧର୍ମଘଟ ଡ଼ାକରା, ସମର୍ଥନ କଲେ ନାହିଁ ଦୁଇ ସଂଘ

ଭୁବନେଶ୍ୱର – ଆଜିଠାରୁ ରାଜ୍ୟରେ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୋଧରେ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ମହାସଂଘ। ଧର୍ମଘଟ ଯୋଗୁଁ ରାଜ୍ୟରେ ପେଟ୍ରୋଲ, ଡିଜେଲ ଯୋଗାଣ ବାଧାପ୍ରାପ୍ତ ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି। ଳ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି। ଏହାଦ୍ୱାରା ଲୋକେ ହଇରାଣ ହେବା ସହ ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି।

ତେବେ, ଓଡ଼ିଶା ପରିବହନ କର୍ମଚାରୀ ସଂଘର ଧର୍ମଘଟ ଡାକରାକୁ ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ ସମର୍ଥନ କରିନାହିଁ। ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଛି ।

Comments are closed.