ମା’ ସମଲେଶ୍ୱରୀ ଜୁଏଲର୍ସରେ ଜିଏସ୍‌ଟି ଚଢ଼ଉ

ବରଗଡ଼: ବରଗଡ଼ ମହାନ୍ତିପଡ଼ା ସ୍ଥିତ ମା’ ସମଲେଶ୍ୱରୀ ଜୁଏଲର୍ସରେ ଜିଏସଟି ବିଭାଗ ତରଫରୁ ଚଢ଼ଉ କରାଯାଇଛି। ଏନଫୋର୍ସମେଣ୍ଟ କମିଶନର ନାଭିଦିତ୍ୟ ନାଏକଙ୍କ ନେତୃତ୍ୱରେ ଜିଏସଟି ବିଭାଗର ଦୁଇଟି ଟିମ ମା’ ସମଲେଶ୍ୱରୀ ଜୁଏଲର୍ସର ଦୋକାନ ଏବଂ ଘରେ ଏକକାଳୀନ ଚଢ଼ଉ କରିଥିଲେ। ମା’ ସମଲେଶ୍ୱରୀ ଜୁଏଲର୍ସ ଜିଏସଟି ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ବେଳେ ବର୍ତ୍ତମାନ କେତେ ପରିମାଣର ଫାଙ୍କିଛି ସ୍ପଷ୍ଟ ହୋଇନାହିଁ। ଜିଏସଟି ବିଭାଗ ତରଫରୁ ଜୁଏଲାରୀର କାଗଜପତ୍ର ଜବତ କରାଯିବା ସହ ଯାଞ୍ଚ ପରେ ସଠିକ ତଥ୍ୟ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି। ଧନତେରସ ପୂର୍ବରୁ ଜିଏସଟି ଚଢ଼ଉକୁ ନେଇ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.