ରାଉରକେଲା – ରାଉରକେଲା ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ରମେଶ ବଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ରାଉରକେଲା ସ୍ଥିତ ଡେଲି ମାର୍କେଟରେ ଥିବା ଶ୍ୱଶୁର ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
ରାଉରକେଲାର ବନ୍ଧମୁଣ୍ଡା ତିଲକନଗରରେ ରମେଶଙ୍କ ନିଜ ଘର। ମାତ୍ର ସେ ବହୁ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଶ୍ୱଶୁର ଘରେ ରହୁଥିଲେ। ତାଙ୍କ ଦୁଇ ପୁଅ ବାହାରେ ରହୁଛନ୍ତି। ରାତିରେ ଖାଇ ସାରିବା ପରେ ରମେଶ ଘରେ ଶୋଇଥିଲେ । ହେଲେ ଭୋରରୁ ସେ ଶୋଇଥିବା ରୁମରେ ଲାଗିଥିବା ଫ୍ୟାନ୍ରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ରମେଶଙ୍କ ରୁମ୍ରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି ପୋଲିସ । ଏହି ନୋଟ୍ରେ ସେ ନିଜ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ନାହାନ୍ତି।
ପାରିବାରିକ ଅଶାନ୍ତି ସମେତ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ବେଳେ ଏକ ଭୁଲ୍ ନିଷ୍ପତ୍ତି ପାଇଁ ୩ କୋଟି କ୍ଷତି ହୋଇ ଯାଇଥିବା ସେ ନୋଟ୍ରେ ଉଲ୍ଲେଖ କରିଛନ୍ତି।
ରମେଶ ବଳ ୧୫ରୁ ଅଧିକ ଥର ରାଉରକେଲା ବାର୍ ଆସୋସିସନର ସଭାପତି ପଦ ସମ୍ଭାଳିଥିଲେ ।
Comments are closed.