ଖୋର୍ଦ୍ଧା- ହାତୀ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ କମାଗୁରୁ ଗାଁରେ ଘଟିଛି ଏହି ଘଟଣା। ରଣପୁର ଅଞ୍ଚଳର ସତ୍ୟବାଦୀ ବେହେରା ଆଜି କୂଅ ଖୋଳିବାକୁ ଯାଉଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା । ଘଟଣାସ୍ଥଳରେ ହିଁ ସତ୍ୟବାଦୀଙ୍କ ମୃତ୍ୟୁ ହୋଇଯାଇଥିଲା ।
ଆଜି ଭୋରରେ ସତ୍ୟବାଦୀ କୂଅ ଖୋଳିବା ପାଇଁ ୨ ଜଣ ଶ୍ରମିକଙ୍କ ସହ ସାଇକେଲ ଯୋଗେ କମାଗୁରୁ ଗାଁକୁ ଆସୁଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥଲେ। ହାତୀକୁ ଦେଖି ସତ୍ୟବାଦୀ ସହ ଅନ୍ୟ ୨ଜଣ ଶ୍ରମିକ ଦୌଡ଼ିବାକୁ ଲାଗିଥିଲେ। ହାତୀଟି ମଧ୍ୟ ତାଙ୍କୁ ଗୋଡାଇ ଥିଲା । ପରେ ସତ୍ୟବାଦୀଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଅନ୍ୟ ଦୁଇ ଶ୍ରମିକ ରକ୍ଷା ପାଇଯାଇଛନ୍ତି ।
Comments are closed.