ଭୁବନେଶ୍ୱର – ବାୱରିଆ ଗ୍ୟାଙ୍ଗ ଓ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ବାବଦରେ ଖୋଳତାଡ଼ କରିବ କମିଶନରେଟ ପୋଲିସ । ଏଥିପାଇଁ ଧରାପଡିଥିବା ୪ ଜଣ ସଦସ୍ୟଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ଆବେଦନ କରିବ କମିଶନରେଟ ପୋଲିସ। ଗ୍ୟାଙ୍ଗ ବିଷୟରେ ଖୋଳତାଡ଼ କରିବା ପାଇଁ ରାଜ୍ୟ ବାହାରକୁ ଯିବ ୨ଟି ସ୍ୱତନ୍ତ୍ର ଟିମ । ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଯାଞ୍ଚ କରିବ ଟିମ୍ । ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ । ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା । ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍ । ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି ମାମଲି ରହିଛି । ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ । ଗିରଫ ହୋଇଥିବା ସମସ୍ତ ୪ ଜଣଙ୍କ ଘର ୟୁପିର ସାମଲି ଜିଲ୍ଲାରେ ବୋଲି ଜଣାପଡିଛି।
Comments are closed.