ଗ୍ରାନାଇଟ ଫ୍ୟାକ୍ଟ୍ରିରେ ପଥର ତଳେ ଚାପି ହୋଇ ୨ ମୃତ, ୨ ଆହତ

ବ୍ରହ୍ମପୁର – ବ୍ରହ୍ମପୁର ସଦର ଥାନା ଅଧୀନ ମହୁରୀ କାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଫ୍ୟାକ୍ଟ୍ରିରେ ଏକ ବଡ଼ ପଥର ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ପିଲିଗାଡିହର ୨୨ ବର୍ଷିୟ ଗୋବିନ୍ଦ ମଳିକ ଓ ୨୩ ବର୍ଷିୟ ଜଗା ମଳିକ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତମାନେ ହେଲେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ ।

Comments are closed.