ସମ୍ବଲପୁର – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିର ଏକ ପରିତ୍ୟକ୍ତ ବୋରୱେଲରେ ଏକ ଶିଶୁ ପଡ଼ିଯାଇଛି। ବୋର୍ୱେଲ ଭିତରୁ ଶିଶୁକୁ ଉଦ୍ଧାର ଉଦ୍ୟମ ଜାରି ରହିଛି। ୩ଟି ଜେସିବି ଲଗାଇ ସମାନ୍ତରାଳ ଭାବେ ମାଟି ଖୋଳା ଚାଲିଛି ।
ଅଗ୍ନିଶମ କର୍ମଚାରୀ ସମାନ୍ତରାଳ ଗାତରେ ପଶି ମାଟି ତାଡୁଛନ୍ତି ।ଉଦ୍ଧାର ପରେ ଶିଶୁକୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ରଖାଯାଇଛି। ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଇଛି। ଶିଶୁଟି କାହାର ଓ କେମିତି ବୋରୱେଲ ଭିତରକୁ ଖସିଲା, ସେ ନେଇ କିଛି ଜଣାପଡ଼ିନାହିଁ। ତେବେ ଭିତରୁ କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
Comments are closed.