କନ୍ଧମାଳରେ ମାଓବାଦୀ- ଯବାନ ଗୁଳିବିନିମୟ: ୨ ଯବାନ ଗୁରତର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ତୁମୁଡ଼ିବନ୍ଧ ବ୍ଲକ୍ ସିର୍ଲା ଜଙ୍ଗଲରେ ଲାଲ ବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଏସଓଜି ଯବାନ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏସଓଜି ବାହିନୀ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିଲେ। ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ପୋଲିସ ଗୁଳି ବିନିମୟ ଜାରି ରଖିଛି।

Comments are closed.