ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଜିଠୁ ମାଗଣାରେ ନିଟ୍ ଓ ଜେଇଇ କୋଚିଂ 

ଭୁବନେଶ୍ୱର – ନିଟ୍ ଓ ଜେଇଇ ଆଶାୟୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଜିଠାରୁ ମାଗଣା ଅନଲାଇନ କୋଚିଂ ଦିଆଯିବ ।  ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଛାତ୍ରଛାତ୍ରୀମାନଙ୍କୁ କୋଚିଂ ଦିଆଯିବ । ସକାଳ ୮ଟା ୩୦ରୁ ୧୦ ଯାଏଁ  ନିଟ୍ ଏବଂ ଅପରାହ୍ମ ୨ଟା ୩୦ରୁ ୩ଟା ୩୦ ଯାଏଁ ଜେଇଇ କୋଚିଂ ଦିଆଯିବ। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ। ବିଶେଷଜ୍ଞମାନେ କୋଚିଂ ଦେବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି ।

Comments are closed.