ଭୁବନେଶ୍ୱର- ୫ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୯ ହଜାର ୭୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୫୩୪ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ହଜାର ୫୧୧, ସୁନ୍ଦରଗଡ ଜିଲ୍ଲାରୁ ୧ ହଜାର ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା୍ ବେଳେ କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡାରୁ ୪୦୪, ନୂଆପଡାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୭୬, ବରଗଡରୁ ୨୭୦, ନୟାଗଡରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡାରୁ ୧୫୮, ରାୟଗଡାରୁ୧୪୮, ସୋନପୁରରୁ ୧୪୦, ଦେବଗଡରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଂଟାରେ ରାଜ୍ୟରୋ ୧୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
The Newsroom Network Editorial Board believes in providing unbiased news and information to the readers.
Comments are closed.