ପୁରୀ – ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ସହ କାର୍ତ୍ତିକ ମାସ ନୀତିକାନ୍ତିରେ ମୋହର ଲାଗିବ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇବ। କେଉଁଠି କେତେ ଜମି ରହିଛି, ଜମିର ସ୍ଥିତି କ’ଣ, କେଉଁ ଜମି ଅଧିଗ୍ରହଣରେ ଯାଉଛି ଏ ସବୁ ବିଷୟରେ ଆଲୋଚନା କରାଯିବ। ସେବାୟତ ପରିବାରର ପିଲାଙ୍କ ପାଠପଢା ଲାଗି ଆଦର୍ଶ ଗୁରୁକୂଳ ଏବଂ ସେବକ ବାସଗୃହ ନେଇ ବୈଠକରେ ତର୍ଜମା ହେବ। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ଫାଉଣ୍ଡେଶନ ସହ ଏମ୍ଓୟୁ ଏବଂ ସେବକଙ୍କ ପାଇଁ ବାସଗୃହ ନିର୍ମାଣ ନେଇ କ’ଣ ପ୍ରକ୍ରିୟା ଚାଲିଛି ତା’ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହାବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏନଏମଏ ଦେଇଥିବା ଏନଓସି ଏବଂ ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ହେବ ଆଲୋଚନା।
Comments are closed.