ସ୍ୱାଭିମାନ ଅଞ୍ଚଳରେ ବିଏସଏଫର ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଓ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ସ୍ଥାନରୁ ବିସ୍ଫୋରକ ଜବତ ହୋଇଛି ।

ଗୋମ୍ଫାକୋଣ୍ଡା ଜଙ୍ଗଲରୁ ମାଓ ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ ଯୋଡାମ୍ବ ଥାନା ମାରିଗେଟା ଓ ଟେକ୍ ଗୁଡ଼ା ଜଙ୍ଗଲରୁ ଟିଫିନ ବୋମା ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବିଏସଏଫ ୧୪୨ ବାଟାଲିଅନର ଯବାନଙ୍କ ସର୍ଚ ଅପରେସନ ବେଳେ ଏହି ସଫଳତା ମିଳିଛି ।

Comments are closed.