ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍କୁଟର ଯୋଜନାର ଶୁଭାରମ୍ଭ, ଜିଲ୍ଲାରେ ପାଇଲେ ୨୭୪ ମହିଳା  

ସମ୍ବଲପୁର: ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଲୋକସେବା ଭଵନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମିଶନ ଶକ୍ତି ମା ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ରାଜ୍ୟର ୨ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା ଙ୍କୁ ସ୍କୁଟର ଦିଆଯାଇଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲାର ୨୭୪ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ମିଶନ ଶକ୍ତି ସ୍କୁଟି ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲାପରିଷଦ ପ୍ରେସିଡେଣ୍ଟ କୁମୁଦିନୀ ନାୟକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ସଦର ଉପଜିଲ୍ଲାପାଳ ପ୍ରଭାସ ଦନସେନା,ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ,ଡିପିସି ମିଶନ ଶକ୍ତି ଭାରତୀ ବେସ୍ରା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମିଶନ ଶକ୍ତି ମା, ବ୍ୟାଙ୍କର୍ସ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ୨.୫ ଲକ୍ଷ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୧୫୦କୋଟି ଟଙ୍କାର ସୁଧରାଶି ଛାଡ କରାଯିବ l ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ ୩.୬୨ କୋଟି ଟଙ୍କା ଋଣ ଛାଡ କରାଯାଇଛି l

ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଅନନ୍ୟା ଦାସ ନୀଳ ପତକା ଦେଖାଇ ଏହି ସ୍କୁଟର ଗୁଡିକର ଶୁଭାରମ୍ଭ କରିଥିଲେ l

Comments are closed.