ରାଜ୍ୟରେ ୪୭୬୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦

ଭୁବନେଶ୍ୱର-ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୬୧ ନୂଆ କୋରୋନା ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୮୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୭୩, ନୂଆପଡାରୁ ୫୩୪, ବଲାଙ୍ଗୀର ରୁ ୩୨୨ ଆକ୍ରାନ୍ତ ବାହାରିଛନ୍ତି । ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀ ରୁ ୧୯୩,…

ରାଜ୍ୟରେ କୋରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ର କୋଭିଡ ପରିସ୍ଥିତି ର ସମୀକ୍ଷା କରିବେ । ଅପରାହ୍ନ ସାଢେ଼ ୫ଟାରେ ସମୀକ୍ଷା ବୈଠକ ହେବ । ଭିସି ଜରିଆରେ ସବୁ ଜିଲ୍ଲାପାଳ ଉପସ୍ଥିତ ରହିବେ । ରାଜ୍ୟରେ କୋରୋନା ସଂକ୍ରମଣ ମୁକାବିଲା ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇପାରେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନା

ନୂଆଦିଲ୍ଲୀ - ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଜ୍ୱର ହେବା ପରେ ଏହି ୮୮ ବର୍ଷୀୟ କଂଗ୍ରେସ ନେତାଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍…

ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ – ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହେବ । କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ କେନ୍ଦ୍ର ତରଫରୁ ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନାର ଊର୍ଦ୍ଧ୍ୱମୁଖୀ ଗତି ମଧ୍ୟରେ ସମସ୍ତଙ୍କ ଟିକାକରଣ ପାଇଁ ଦାବି…

ରାଜ୍ୟର ସବୁ ସହରାଞ୍ଚରେ ଶନିବାର, ରବିବାର ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା |

ନବୀନଙ୍କ ଘୋଷଣା: ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଓ ରାଲି କରିବନି ବିଜେଡି

ଭୁବନେଶ୍ୱର –ଭୟାବହ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ପାଇଁ କୌଣସି ପ୍ରଚାର, ଜନସଭା କିମ୍ବା ରାଲି ନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ନବୀନ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ…